ସହିଦ ପ୍ରଦୀପ ପଣ୍ଡାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

.

Copy Editor RRM | Published On: Jan 03, 2018 11:17 AM IST | Updated On: Jan 03, 2018 05:39 PM IST |   542

କଟକ: ସୁନ୍ଦରଗଡ଼ ମାଟିର ବୀର ସନ୍ତାନ ତଥା ସିଆରପିଏଫ ଯବାନ ସହିଦ ପ୍ରଦୀପ ପଣ୍ଡାଙ୍କ ମରଶରୀର ଆଜି ସକା​ଳେ ରାଜଗାଙ୍ଗପୁର ମିନିଷ୍ଟାଡିୟମରେ ପହଞ୍ଚିବା ପରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶତାଧିକ ଲୋକେ ସହିଦଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ସିଆରପିଏଫ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ସିଆରପିଏଫ ଡିଆଇଜି ବିକେ ଶର୍ମା, ସୁନ୍ଦରଗଡ଼ ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ଏସପି ପିନାକ ମିଶ୍ର ପ୍ରମୁଖ ସେଠାରେ ସହିଦ ଶ୍ରୀ ପଣ୍ଡାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ବିରାଟ ପଟୁଆରେରେ ତାଙ୍କ ମରଶରୀରକୁ ନିଜ ଗାଁ ଲିପ୍‌‌ଲୋଇକୁ ନିଆଯାଇଛି। ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଜମ୍ମୁ ଓ କଶ୍ମୀର ପୁଲଓ୍ଵାମା ଠାରେ ଆତଙ୍କବାଦୀଙ୍କ ସହିତ ଗୁଳି ମିନିମୟ ସମୟରେ ସିଆରପିଏଫ ଜବାନ ପ୍ରଦୀପ ପଣ୍ଡା ସହିଦ ହୋଇଥିଲେ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।