ବୁଧବାର ରାଶିଫଳ

ବୁଧବାର ରାଶିଫଳ

Copy Editor RKD | Published On: Jan 03, 2018 12:51 AM IST |   1766

ମେଷ: କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ବନ୍ଧୁଙ୍କ ସହିତ ସାକ୍ଷାତ ହୋଇ ଆଲୋଚନା କରିବାର ସୁଯୋଗ ମଳିବ । କୃଷିକ୍ଷେତ୍ରରୁ ଭଲ ଆୟ ହୋଇପାରେ । ଶରୀର ସୁସ୍ଥ ରହିବ ।
ବୃଷ: ପରିଶ୍ରମର ସୁଫଳ ମିଳିବ । ଭାଗ୍ୟର ପରିବର୍ତ୍ତନ ହୋଇ ସୁଖ ଭୋଗ କରିପାରନ୍ତି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ମିଥୁନ: ଆଶାବାଦୀ ହୋଇପାରନ୍ତି । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଶତ୍ରୁ ଆପଣାଛାଏଁ ପଛଘୁଞ୍ଚା ଦେଇପାରେ । କର୍ମକୁଶଳତା ଯୋଗୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦରର ପାତ୍ର ହୋଇପାରନ୍ତି । ଦୃଢ଼ ମନୋଭାବ ନେଇ କାର୍ଯ୍ୟ ସମ୍ପାଦନ କରିବେ ।
କର୍କଟ: ଆୟ ଆଶାନୁରୂପ ହେବାରୁ ଆତ୍ମ ସନ୍ତୋଷ ଲାଭ କରିବେ । ସରକାରୀ କିମ୍ବା ବନ୍ଧୁ ସହାୟତାରେ ଲାଭବାନ ହେବେ । ମିଷ୍ଟାନ୍ନ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ସିଂହ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । କଅଁଳ କଥାରେ ଲୋକଙ୍କ ଆଦର ଲାଭ କରିବେ । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଉଚିତ । ଚକ୍ଷୁରେ ଯନ୍ତ୍ରଣା ହେବ ।
କନ୍ୟା: ବିଭିନ୍ନ ସୂତ୍ରରୁ ଭଲ ଆୟ ଆସିପାରେ । ଲୋକପ୍ରିୟତା ଅର୍ଜନ କରିବେ । ଅସୁସ୍ଥତାରୁ ଆରୋଗ୍ୟ ହେବେ । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସଦ୍‌ବ୍ୟୟୀ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତିଫେରି ପାଇବେ ।
ତୁଳା: କର୍ମ ଚଞ୍ଚଳ ରହିବେ । ଉଚ୍ଚଆଶା ଫଳବତୀ ହେବ । ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଦୁଶ୍ଚିନ୍ତା ଦୂର ହେବାର ସୁଯୋଗ ସୃଷ୍ଟି ହୋଇଛି । କର୍ମକୁଶଳତା ପ୍ରକାଶ ପାଇବ । ଯଶସ୍ୱୀ ହେବେ । ଶତ୍ରୁ ଅପସରି ଯିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ ।
ବିଛା: ପରୋପକାରୀ ହେବାର ସୂଚନା ମିଳୁଛି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ନୂତନ ଚିନ୍ତାଧାରା ପ୍ରୟୋଗ କରି କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଆଦରର ପାତ୍ର ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅର୍ଥ ମିଳିପାରେ ।
ଧନୁ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅନେକ ଘଟଣାରେ ବିନୟଭାବ ପ୍ରକାଶ କରି ଲୋକପ୍ରିୟ ହୋଇପାରନ୍ତି । ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହେବେ । ଗୁରୁ ବ୍ରାହ୍ମଣଙ୍କ ଭକ୍ତ ହୋଇପାରନ୍ତି ।
ମକର: ବନ୍ଧୁ ମିଳନରେ ସୁଖ ଅନୁଭବ କରିବେ । କୁଶଳ ସମାଚାର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ପତ୍ନୀଙ୍କ ପରାମର୍ଶ ମାନି ଚଳିବାକୁ ବାଧ୍ୟ ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।
କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ମିଳିବ । ମନରେ ଅହଂଭାବ ଜାଗରିତ ହୋଇପାରେ । ଦେହ ଓ ମନ ଉଲ୍ଲସିତ ହେବାର ସୂଚନା ମିଳୁଛି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସତ୍‌କାର୍ଯ୍ୟରେ ସ୍ୱେଚ୍ଛାକୃତ ବ୍ୟୟ କରିବାକୁ ଇଚ୍ଛାପ୍ରକାଶ କରିବେ ।
ମୀନ: ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଆୟ-ବ୍ୟୟ ପ୍ରାୟ ସମାନ ରହିବ । କାର୍ଯ୍ୟ ସିଦ୍ଧି ହେବାର ସୁଯୋଗ ଜୁଟୁଛି । ମାତ୍ର ବିଳମ୍ବିତ ହୋଇପାରେ । ହଠାତ୍‌ କିଛି ଅର୍ଥ ମିଳି ପାରେ ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।