ପୁଣି ପରଦାକୁ ଫେରୁଛନ୍ତି ରାମାୟଣର ସୀତା

.

Copy Editor RRM | Published On: Jan 02, 2018 09:02 PM IST |   1795

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ର ସୀତା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟା ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତେବେ ଦୀର୍ଘ ବର୍ଷ ପରେ ସେ ପୁଣି ପରଦାକୁ ଫେରୁଛନ୍ତି । ସଂସଦ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଅଫଜଲ ଗୁରୁଙ୍କ ପୁଅ ଗାଲିବଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ ହେଉଛି, ଯେଉଁଥିରେ ଦୀପିକା ଗାଲିବଙ୍କ ମା’ଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ । ଫିଲ୍ମର ଶୁଟିଂ ଆହ୍ଲାବାଦ ଓ ବାରାଣାସୀ ଆଦି ସ୍ଥାନରେ ଚାଲୁ ରହିଛି । ରାମାୟଣ ବ୍ୟତୀତ ସେ ବଲିଉଡ ଫିଲ୍ମରେ ମଧ୍ୟ ଦେଖାଯାଇଛନ୍ତି । ଘର କା ଚିରାଗ (୧୯୮୯), ରାଜେଶ ଖାନ୍ନାଙ୍କ ସହ ରୁପୟେ ଦଶ କରୋଡ (୧୯୯୧) ଫିଲ୍ମରେ ଦୀପିକା ଅଭିନୟ କରିଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।