ଚୁଟି ଝଡ଼ିବାରୁ ଜୀବନ ହାରିଲେ ଇଞ୍ଜିନିୟର

.

Copy Editor RRM | Published On: Jan 02, 2018 08:33 PM IST |   1019

ମଦୁରାଇ: ଚୁଟି ଝଡ଼ିବାରେ ବ୍ୟତିବ୍ୟସ୍ତ ହୋଇ ଜଣେ ଯୁବ ଇଞ୍ଜିନିୟର ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ମଦୁରାଇରେ ଘଟିଛି । ମୃତକଜଣକ ହେଲେ ଜୟହିନ୍ଦପୁରର ୨୭ ବର୍ଷୀୟ ଯୁବ ଇଞ୍ଜିନିୟର ଆର. ମିଥୁନ ରାଜ । ସେ ବେଙ୍ଗାଲୁରସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ଚାକିରି କରୁଥିଲେ । ତେବେ ଦୀର୍ଘ ଦିନ ହେଲା ମୁଣ୍ଡରୁ କେଶ ଝଡିବା ନେଇ ମିଥୁନ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଏଥିପାଇଁ ସେ ବିଭିନ୍ନ ଔଷଧ ଓ ଲୋସନ ବ୍ୟବହାର କରିଥିଲେ ମଧ୍ୟ କେଶ ଝଡ଼ିବା ବନ୍ଦ ହୋଇ ନ ଥିଲା । ଏହି କାରଣରୁ ସେ ଅବସାଦଗ୍ରସ୍ତ ହୋଇପଡ଼ିଥିଲେ । ରବିବାର ତାଙ୍କ ମା’ ମନ୍ଦିର ଯାଇଥିବାବେଳେ ମିଥୁନ ଘର ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।