ସଫଳ କାହାଣୀ: ଅଟୋ ଚାଳକଙ୍କ ଝିଅ ମିସ୍‌ ଇଣ୍ଡିଆ

.

Copy Editor RRM | Published On: Jan 02, 2018 05:22 PM IST |   1033

ନୂଆଦିଲ୍ଲୀ: ପରିଶ୍ରମର ଫଳ ସବୁବେଳେ ମିଠା । ଏହା କରି ଦେଖାଇଛନ୍ତି ଉତ୍ତରାଖଣ୍ଡ ନୈନିତାଲର ଝିଅ ଖୁସ୍‌ବୁ ରାୱତ । ଅଟୋ ଚାଳକଙ୍କ ଝିଅ ଖୁସ୍‌ବୁ କଠିନ୍‌ ପରିଶ୍ରମ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଚଳିତବର୍ଷ କେନ୍ଦ୍ରୀୟ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ଖୁସ୍‌ବୁ ମିସ୍‌ ଇଣ୍ଡିଆ ଖଦି ଟାଇଟଲ ବିଜୟିନୀ ହୋଇଛନ୍ତି । ବହୁ ଘାତ ପ୍ରତିଘାତକୁ ପଛରେ ପକାଇ ସେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଖୁସ୍‌ବୁଙ୍କ ବାପା ଭୀମଲାଲ ପରିବାର ପ୍ରତିପୋଷଣ ପାଇଁ ଅଟୋ ଚଳାଉଥିଲେ ହେଁ ପିଲାଙ୍କ ସ୍ୱପ୍ନ ସାକାର କରିବା ନିମନ୍ତେ ଦୃଢ଼ ସଂଙ୍କଳ୍ପ । ଟାଇଟଲ ଜିତିବା ପରେ ଖୁସ୍‌ବୁ ସବୁ ସଫଳତାର ଶ୍ରେୟ ନିଜକୁ ବାପାଙ୍କୁ ଦେଇଛନ୍ତି । ଗ୍ରାମଦ୍ୟୋଗ ବୋର୍ଡ ତରଫରୁ ସାରା ଭାରତରେ ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଏଥିପାଇଁ ବିଭିନ୍ନ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରତିଯୋଗିତା ଲାଗି ଅଡିସନ ହୋଇଥିଲା । ସମଗ୍ର ଦେଶର ୨୦୦ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୫୦ ହଜାର ଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।