ନୂଆବର୍ଷରେ ନୂଆ ଅତିଥି: ମା’ ହେଲେ ସୁନିଧି

.

Copy Editor RRM | Published On: Jan 02, 2018 03:53 PM IST |   844

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟିକା ସୁନିଧି ଚୌହ୍ୱାନଙ୍କ ଘରେ ନୂଆବର୍ଷରେ ନୂଆ ଅତିଥି । ଜାନୁଆରୀ ପହିଲାରେ ସେ ମାତୃତ୍ୱ ଲାଭ କରିଛନ୍ତି । ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ୩୪ ବର୍ଷୀୟା ସୁନିଧି ୨୦୧୨ରେ ପିଲାଦିନ ସାଙ୍ଗ ତଥା ସଙ୍ଗୀତ ନିର୍ଦେଶକ ହିତେଶ ସୋନିକଙ୍କୁ ବିବାହ କରିଥିଲେ । ସୂଚନାଯୋଗ୍ୟ, ୨୦୦୨ରେ ସୁନିଧି ୧୮ ବର୍ଷ ବୟସରେ କୋରିଓଗ୍ରାଫର ବବି ଖାନଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ବୈବାହିକ ସମ୍ପର୍କ ବେଶି ଦିନ ତିଷ୍ଠି ପାରି ନ ଥିଲା । ୨୦୦୩ରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଏହାର ୧୦ ବର୍ଷ ପରେ ସୁନିଧି ହିତେଶଙ୍କୁ ବିବାହ କରିଥିଲେ । ତେବେ ସଙ୍ଗୀତ ଜଗତରେ ସୁନିଧି ଜଣେ ଜଣାଶୁଣା ନାଁ । ସେ ହିନ୍ଦୀ ସହ ମରାଠି, କନ୍ନଡ, ତେଲୁଗୁ, ତାମିଲ, ପଞ୍ଜାବୀ, ବଙ୍ଗଳା, ଅସମିୟା, ନେପାଳୀ ଓ ଊଦ୍ଧ୍ୱର୍ ଆଦି ଭାଷାରେ ଗୀତ ଗାଇଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।