ନଦୀରେ ଛଡାଯାଇ ଥିବା ଜବତ କଇଁଛକୁ ବୋହି ନେଲେ ଲୋକେ

.

Published On: Jan 02, 2018 12:00 PM IST |   398

କାଲିମେଳା: ଆନ୍ଧରୁ ଓଡିଶାକୁ ଚାଲାଣ ହେଉଥିବା କଇଁଛ ଜବଦ କରାଯାଇ ନଦୀରେ ଛାଡି ଦିଆଯିବା ପରେ ସେଗୁଡିକୁ ଲୋକମାନେ ବୋହି ନେଉ ଯାଉଥିବା ଦେଖିବାକୁ ମିଳିଛି । ଏହା ବନ ବିଭାଗର ଖାମଖିଆଲି ନିତି ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ କଇଁଛ ସୁରକ୍ଷା ପ୍ରତି ବନ ବିଭାଗ କେତେ ତତ୍ପର ତାହା ଏହି ଘଟଣାରୁ ଜଣାପଡୁଛି ।

ଏଠାରେ ସୁଚନା ଯୋଗ୍ୟ ଯେ ରବିବାର ଭୋର ସମୟରେ ଜିଲ୍ଲା ବନ ବିଭାଗ ଓ କାଲିମେଳା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ  ଟିଗଲ ଟିଗଲ ପଂଚାୟତର ଏମପିଭି-୬୫ ଗ୍ରାମ ନିକଟରେ ଏକ ପିକଅପ ଭ୍ୟନରେ ଚାଲାଣ ହେଉଥିବା ୧୨ କୁଇଂଣ୍ଟାଲ କଇଁଛ ୧୪୧୬ ପିସ କୁ ଜବତ କରିଥିଲେ । ଏହିସବୁ କଇଁଛକୁ ମାଲାକନଗିରି ଡିଏଫଓ ଙ୍କ ନିଦେ୍ର୍ଦଷ କ୍ରମେ ମୋଟୁ ନଦୀରେ ଛାଡିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା  । ତେବେ ନଦୀରେ କମ ପାଣି ଥିବା ସତ୍ୱେ ଏତେ ସଂଖ୍ୟାକ କଇଁଛ ଗୁଡିକୁ ସେଥିରେ ଛାଡି ଦେଇଥିଲେ । କିଛି ଘଣ୍ଟା ପରେ ସେହି କଇଁଛ ସବୁ ନଦୀରେ ପାଣି କମ ଥିବାରୁ ଉପରମୁଣ୍ଡ ଆଡକୁ ଉଠି ଆସିଥିବା ଯୋଗୁଁ ଲୋକମାନେ ବୋହିନେଇଯାଇଥିବା ଦେଖିବାକୁମିଳିଛି । ଏତେ କଇଁଛକୁ ବନ ବିଭାଗ ବିଭିନ୍ନ ସ୍ତାନରେ ନ ଛାଡି ଗୋଡିଏ ସ୍ଥାନରେ ଛାଡିବା ଦ୍ୱାରା କେତେକ ମରିଭାସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହାସହ ଏହି କଇଁଛ ଗୁଡିକୁ କୋଲମାନେ ଆଣି ବିକ୍ରି କରିଥିବା ମଧ୍ୟ ଜଣାପଡିଛି । ଏ ସଂକ୍ରାନ୍ତରେ ମାଲକାନଗିରି ଡିଏଫଓଙ୍କୁ ପଚାରିବାରୁ ଯେଉଁ କଇଁଛ ମରିଯାଇଥିଲେ ସେ ଗୁଡିକୁ ଲୋକମାନେ ବୋହି ନେଇଯାଉଛନ୍ତି ବୋଲି କହିଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।