ଏମ୍ସରେ ନୂଆବର୍ଷ ପାଳିଲେ ଜଗା-କାଳିଆ

ଏମ୍ସରେ ନୂଆବର୍ଷ ପାଳିଲେ ଜଗା-କାଳିଆ

Copy Editor AH | Published On: Jan 01, 2018 11:29 PM IST |   842


ନୂଆଦିଲ୍ଲୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍‌ର ମୁଣ୍ଡଯୋଡ଼ା ଶିଶୁ ଜଗା-କାଳିଆଙ୍କ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ନୂଆଦିଲ୍ଲୀସ୍ଥ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଇଂରାଜୀ ନବବର୍ଷ ପାଳନ କରିଛନ୍ତି। ଉଭୟଙ୍କ ମୁଣ୍ଡରେ ଫ୍ୟାନ୍ସି ଟୋପି ଲଗାଇବା ସହ ନୂଆ ରଙ୍ଗୀନ ପୋଷାକ ପିନ୍ଧି ନବବର୍ଷ ପାଳିଥିବାର ଫଟୋକୁ ଖୋଦ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି।
ଏହି ଚିତ୍ରରେ ଜଗା ବାପାଙ୍କ କୋଳରେ ବସିଥିବାବେଳେ କାଳିଆ ମାଆଙ୍କ ନିକଟରେ ଥିବା ଦେଖାଯାଇଛି। ଏହି ନୂଆବର୍ଷ ପାଳନରେ ଏମ୍‌ସରେ ତାଙ୍କୁ ଚିକିତ୍ସା କରୁଥିବା ପ୍ରଖ୍ୟାତ ସ୍ନାୟୁ ବିଶେଷଜ୍ଞ ଡାକ୍ତର ପ୍ରଫେସର ଅଶୋକ ମହାପାତ୍ର ଓ ଆଉ ଜଣେ ସହଯୋଗୀ ଡାକ୍ତର ଉପସ୍ଥିତ ଥିଲେ। ପ୍ରଫେସର ଶ୍ରୀ ମହାପାତ୍ରଙ୍କ ସୂଚନାନୁଯାୟୀ, ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଆଶାଠାରୁ ଅଧିକ ଉନ୍ନତି ଘଟୁଛି। କାଳିଆ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଘଟୁଛି। ତେବେ ଉଭୟଙ୍କୁ ଆଉ ତିନିମାସ ପର୍ଯ୍ୟନ୍ତ ଡାକ୍ତରୀ ଦଳ ଅନୁଧ୍ୟାନରେ ରଖିବେ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ, ଏମ୍ସର ଦୁଇଟି ବୃହତ୍‌ ଡାକ୍ତରୀ ଦଳ ଦୀର୍ଘ ୧୧ ଘଣ୍ଟା କାଳ ଅସ୍ତ୍ରୋପଚାର ଜରିଆରେ ଏହି ଯାଁଳା ଶିଶୁଙ୍କୁ ଗତ ଅକ୍ଟୋବର ୨୫ ତାରିଖରେ ଅଲଗା କରିଥିଲେ। ଏହି ଦୁଇ ଶିଶୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ