୧୨ ବର୍ଷ ଧରି ନାଟକ କରୁଥିଲେ, ସତରେ ପାଲଟିଗଲେ ମୂକ

.

Copy Editor RRM | Published On: Jan 01, 2018 09:43 PM IST |   1185

ବେଜିଂ: ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତି ଅତୀତକୁ ଲୁଚାଇବା ଲାଗି ୧୨ ବର୍ଷ ପର୍ଯ୍ୟନ୍ତ ମୂକ ହେବାର ନାଟକ କରିଆସୁଥିଲେ । କିନ୍ତୁ ଏମିତି ଦିନ ଆସିଲା, ସେ ସତରେ ମୂକ ପାଲଟିଗଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୦୦୫ରେ ଝୋଚିୟାଙ୍ଗ ଅଞ୍ଚଳରେ ଝିଙ୍ଗ ନାମକ ଜଣେ ବ୍ୟକ୍ତି ନିଜ ଗାଁ ଛାଡି ଚାଲିଯାଇଥିଲେ । କୌଣସି ବିବାଦକୁ ନେଇ ସେ ତାଙ୍କ ପତ୍ନୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିଥିଲେ । ସେହି ସମୟରେ ଝିଙ୍ଗଙ୍କୁ ୩୩ ବର୍ଷ ବୟସ ହୋଇଥିଲା । ତେବେ ଘର ଛାଡିବା ପରେ ସେ ଗାଁଠୁ ୪୫୦ ମାଇଲ ଦୂର ସ୍ଥାନରେ ରହୁଥିଲେ । ଗାଁରୁ ବାହାରିବା ପରେ ସେ ନିଜକୁ ମୂକ ବୋଲି ଦର୍ଶାଇ ଆସୁଥିଲେ । ଏମିତିରେ ସେ ମିଥ୍ୟା ପରିଚୟ ଦେଇ ନାଁ ବଦଳାଇ ଚାକିରି ମଧ୍ୟ କରୁଥିଲେ । ଏଥିସହ ସେଠାରେ ବିବାହ କରିବା ପରେ ତାଙ୍କର ପିଲାଛୁଆ ମଧ୍ୟ ହୋଇଥିଲେ । ତେବେ ବର୍ଷ ବର୍ଷ ଧରି ସେ ମୂକ ହୋଇଥିବାର ନାଟକ କରି ବାସ୍ତବରେ ବାକ୍‌ଶକ୍ତି ହରାଇ ବସିଥିଲେ । ପରବର୍ତ୍ତୀ ସମୟରେ ସେ ପୁଲିସକୁ ଲିଖିତ ଆକାରରେ ଘଟଣାବଳୀ ଜଣାଇବା ସହ ହତ୍ୟା କରିଥିବା ନେଇ ଅପରାଧ ସ୍ୱୀକାର କରିଥିଲେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।