ମାଛ ଖାଇବାର ଫାଇଦା, ଏହି ୧୦ଟି କାରଣ  ପାଇଁ ମାଛ ଖାଆନ୍ତୁ

.

Published On: Jan 01, 2018 08:36 PM IST | Updated On: Jan 01, 2018 09:12 PM IST |   2771

ମାଛ ଏକ ଅତି ପୃଷ୍ଟିକର ଖାଦ୍ୟ ।  ଏଥିରୁ ଅନେକ ଖାଦ୍ୟସାର ମିଳିଥାଏ ।

ମାଛରେ ପୃଷ୍ଟିସାର(ପ୍ରୋଟିନ), ଭିଟାମିନ-ଡି, କ୍ୟାଲସିୟମ, ଫସଫରସ ରହିଛି । ଏଥିରେ ଲୌହ(ଆଇରନ୍‌) , ଦସ୍ତା (ଜିଙ୍କ), ଆୟୋଡିନ୍‌, ମ୍ୟାଗନେସିୟମ ଓ ପଟାସିୟମ ପ୍ରଚୁର ମାତ୍ରାରେ ରହିଛି ।

ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଛି ।

ଏହା ଶରୀରରେ ଓଜନ ହ୍ରାସ ପାଇଁ ସହାୟକ ହୋଇଥିବା ବେଳେ ହୃଦୟ(ହାର୍ଟ), ଯକୃତ(ଲିଭର), ମସ୍ତିଷ୍କ ପାଇଁ ଅଛି ଭଲ ।

ଏଥିଯୋଗୁଁ ନିଦ୍ରାହୀନତା ଦୂର ହୁଏ ।

ମାଛ ଖାଇଲେ ହାର୍ଟ ଆଟାକା ବା ହୃଦଘାତର ଆଶଙ୍କା କମ୍‌ ହୋଇଥାଏ ।

ଆଲଜ୍‌ମେର ରୋଗରେ ଏହା ଉତ୍ତମ ଫଳ ଦିଏ । ଏଥିଯୋଗୁଁ ମସ୍ତିଷ୍କ ଭଲ ରହିଥାଏ ।

ଉଚ୍ଚ ରକ୍ତ ଚାପରେ ମାଛ ଖାଇବା ଭଲ । ଏହା ରକ୍ତ ଚାପକୁ ନିୟନ୍ତ୍ରଣ କରେ ।

 ମାଛ ଖାଇଲେ ଦୃଷ୍ଟି ଶକ୍ତି ଭଲ ରୁହେ । ମାଛ ଖାଇବା ଦ୍ୱାରା ଆର୍ଥରାଇଟିସ୍‌ ଯନ୍ତ୍ରଣା ବା ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା କମ ହୋଇଥାଏ ।

ସବୁଠାରୁ ବଡ କଥା ହେଲା ମାଛ ଖାଇବା ଯୋଗୁଁ ଶରୀରରେ ଖରାପ କୋଲେଷ୍ଟରଲ ପରିମାଣ କମ୍‌ ହୋଇଥାଏ ।

ମହିଳାମାନଙ୍କ ପାଇଁ ମାଛ ଅତି ଉପାଦେୟ, ଗର୍ଭବସ୍ଥାରେ ମାଛ ଖାଇଲେ ମାଆ ସହ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଭଲ ରହିଥାଏ ।

Tags:

Like Us

Breaking News

ସି ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା ଜାମିନ, ଜାମିନ ପ୍ରଦାନ କଲେ ଢେଙ୍କାନାଳ ଜିଲ୍ଲା ଜଜ୍‌ ବାଲେଶ୍ବର : ରେମୁଣା ଥାନା ଜଗନ୍ନାଥପୁର ଗାଁରେ ସ୍ବାମୀ ଜାଳିଦେଲା ସ୍ତ୍ରୀର ଘର । ବ୍ରହ୍ମପୁର: ନିଆଁରେ ଜଳିଗଲା ୯୦ ବଖରା ଘର ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୁଜଙ୍ଗ ଆରଆଇ, ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ