ଦୁଇ ମୁହଁ ଥିବା ବିଚିତ୍ର ବିଲେଇ

.

Copy Editor RRM | Published On: Jan 01, 2018 04:27 PM IST |   512

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଏକ ବିଲେଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ଇଏ ସାଧାରଣ ବିଲେଇ ପରି ନୁହେଁ, ଏହାର ଦୁଇଟି ମୁହଁ, ତିନୋଟି ଆଖି ଓ ଦୁଇଟି ନାକ । ଦୁଇଟି ଚେହେରାର ଏହି ବିଲେଇ ଗତ ଡିସେମ୍ବର ୧୨ ତାରିଖରେ ଦକ୍ଷିଣଆଫ୍ରିକାରେ ଜନ୍ମ ହୋଇଛି । ଏହାର ଫେସ୍‌ବୁକ୍‌ ଆକାଉଣ୍ଟ ମଧ୍ୟ ରହିଛି । ଅନୁଗାମୀ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସାଧାରଣ ଭାବେ ଏପରି ବିଚିତ୍ର ବିଲେଇ ଜନ୍ମ ହେବାର କିଛି କ୍ଷଣ ବଞ୍ଚିଥାନ୍ତି । କିନ୍ତୁ ଏହି ବିଲେଇ କ୍ଷେତ୍ରରେ ସମ୍ପୂର୍ଣ୍ଣ ଓଲଟା । ତା’ର ସ୍ୱାସ୍ଥ୍ୟ ଏଯାବତ୍‌ ଠିକ୍‌ ରହିଛି ଓ ସାଧାରଣ ବିଲେଇ ଛୁଆ ଭଳି ଚଳପ୍ରଚଳ କରୁଛି । ତେବେ ବିଲେଇକୁ ଖାଦ୍ୟ ଖୁଆଇବାରେ ଅସୁବିଧା ହେଉଛି । ତେବେ ବିଲେଇଟିକୁ ବଞ୍ଚାଇ ରଖିବା ଲାଗି ମାଲିକଜଣକ ଉଦ୍ୟମ ଜାରି ରଖିଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।