ଶିମିଳିପାଳରେ ତୁଷାରପାତ

ଶିମିଳିପାଳରେ ତୁଷାରପାତ

Copy Editor AH | Published On: Jan 01, 2018 05:12 AM IST |   130


ବାରିପଦା : ଓଡିଶାର ଏକମାତ୍ର ଜୈବମଣ୍ଡଳ ଶିମିଳିପାଳରେ ତୁଷାରପାତ ଯୋଗୁଁ ସକାଳୁ ଧଳା ଆବରଣ ଦେଖିବାକୁ ମିଳିବା ସହିତ ଦୃଶ୍ୟ ଅତି ମନୋରମ ହୋଇଛି। ଶିମିଳିପାଳରେ ପ୍ରବଳ ଥଣ୍ଡା ଯୋଗୁଁ ବନ୍ୟଜନ୍ତୁମାନେ ସେମାନଙ୍କ ଆଶ୍ରୟସ୍ଥଳରୁ ବାହାରକୁ ବାହାରି ପାରୁନାହାନ୍ତି। ବନ୍ୟପ୍ରାଣୀ ସାଧାରଣରେ ଦୃଷ୍ଟିଗୋଚର ହେଉ ନ ଥିଲେ ମଧ୍ୟ ଶିମିଳିପାଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳ ମେଘାସନୀ ସମେତ ଉପର ବାର୍‌ହାକାମୁଡା, ଦେବସ୍ଥଳୀ, ଜେନାବିଲ ତଥା ନଅଣାର କିଛି ଅଞ୍ଚଳରେ ତୁଷାରପାତ ହୋଇଛି।
ଗତ ରାତିରେ ଉପର ବାର୍‌ହାକାମୁଡାରେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ଥିଲା ବେଳେ ଦିନରେ ସର୍ବୋଚ୍ଚ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ଥିଲା ଏବଂ ନଅଣାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଥିଲା ବେଳେ ସର୍ବୋଚ୍ଚ ତାପମାତ୍ରା ୨୬ ଡିଗ୍ରୀ ରେକର୍ଡ ହୋଇଥିବା ପ୍ରକାଶ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।