ନବବର୍ଷର ଅଭିନନ୍ଦନ

ନବବର୍ଷର ଅଭିନନ୍ଦନ

Copy Editor AH | Published On: Jan 01, 2018 01:15 AM IST |   455


ଆପଣଙ୍କ ହାତରେ ‘ସମାଜ’ର ଏହି ପୃଷ୍ଠା ଆସିବା ବେଳକୁ କ୍ୟାଲେଣ୍ଡରର ବଦଳି ଯାଇଥିବ। ନୂଆ ଆଶା ଓ ଆକାଂକ୍ଷା ନେଇ ନୂଆ ବର୍ଷ ଆସି ସାରିଥିବ। କିଛି ଭଲ ଓ ଖରାପ ଅନୁଭୂତିକୁ ନେଇ ୨୦୧୭ ବିଦାୟ ନେଇ ସାରିଥିବ। ପୂର୍ବ ବର୍ଷର ଏହି ପୁରୁଣା ଅନୁଭୂତି ୨୦୧୮ରେ ଆପଣଙ୍କ ଉନ୍ନତିର ମାର୍ଗକୁ ପ୍ରଶସ୍ତ କରିବ। ଏଥିପାଇଁ କେବଳ ଗୋଟିଏ ସଂଘର୍ଷପୂର୍ଣ୍ଣ ସଙ୍କଳ୍ପର ଆବଶ୍ୟକତା ରହିଛି। ଗଣତନ୍ତ୍ରରେ ମାନବାଧିକାର ବୀଜରୋପଣ କରିବାର ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥାଏ; କିନ୍ତୁ ବେଳେବେଳେ ଏହି ବୀଜରୁ ଉତ୍ପନ ହୋଇଥିବା ବୃକ୍ଷ ଆଶାନୁରୂପକ ଫଳ ଦେଇ ନଥାଏ। ସମୟ ପୁଣି ପରିବର୍ତ୍ତନର ସୁଯୋଗ ଦେଇଥାଏ। ଲୋକମାନଙ୍କ ମଧ୍ୟରେ ପରିବର୍ତ୍ତନର ବିଚାର ଆସୁଛି । ପରିବର୍ତ୍ତନର ଅଭିଳାଷକୁ ପୂରଣ ପାଇଁ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଏତିକି ବେଳେ ଦୁଷ୍ମନ୍ତକୁମାରଙ୍କ ଏକ ପଂକ୍ତି ମନେପଡେ ‘ଆକାଶରେ ଛିଦ୍ର କରିବାର ଅଛି ତ, ବନ୍ଧୁମାନେ ଦୃଢ଼ ଇଚ୍ଛାଶକ୍ତିର ସହ ଉପରକୁ ପଥର ଫୋପାଡ଼’। ଏଥିରେ ନକରାତ୍ମକ ଚିନ୍ତାଧାରାକୁ ସକରାତ୍ମକ ଚିନ୍ତାଧାରାରେ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଜନକଲ୍ୟାଣ ପାଇଁ ଆମେମାନେ ମତଦାନ କରି ସରକାର ଗଠନ କରିଥାଉ, ଯଦି ଏହାପରେ ହାତ ଉପରେ ହାତ ରଖି ଆମେମାନେ ସରକାରଙ୍କଠାରୁ ସବୁ ଜିନିଷ ଆଶା କରୁ ତେବେ ତ ଜୀବନରେ ବିକାଶ, ଦେଶର ଅବସ୍ଥା ଯାହା ହେବ। ବିକାଶ ଇତିହାସ ହୋଇ ଅଳିଆ ଗଦାରେ ପଡ଼ି ରହିବ। ନାଗରିକମାନଙ୍କ ମଧ୍ୟରେ ବିକାଶ କରିବା ଚିନ୍ତାଧାରା ହିଁ ଦେଶର ଉନ୍ନତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ; କିନ୍ତୁ ସ୍ୱାଧୀନତାର ଏତେ ବର୍ଷ ପରେ ବି ଆମେ ଯେତିକି ପରିମାଣରେ ବିକାଶ କରିବା କଥା, ସେତିକି କରିନାହୁଁ। ଆମ ଭିତରେ ଏପରି ଇଚ୍ଛା ଶକ୍ତି କାହିଁକି ଜାଗ୍ରତ ହେଉ ନାହିଁ ଯାହା ସ୍ୱତ୍ତପ୍ରବୃତ ଭାବେ କିଛି କରିବାକୁ ପ୍ରେରଣା ଦେବ। ଆମ ଉପରେ ବି ଆଖପାଖରେ କାମ କରୁଥିବା ଲୋକଙ୍କର ପ୍ରଭାବ ପଡୁନି, ଆମେ ଏପରି କଲେଇ କରା କାଗଜ ହୋଇଯାଇଛୁ ଯାହାକୁ କୌଣସି ରାସାୟନିକ ଦ୍ରବ୍ୟରେ ପକାଇଦେଲେ ବି ତାହା ଅପରିବର୍ତ୍ତିତ ରହିବ। ଏପରି ମାନସିକତାରେ ପରିବର୍ତ୍ତନ ଆଣିବା ଜରୁରୀ। ଦେଶବାସୀ ବିଶେଷ କରି ଯୁବକମାନଙ୍କ ମଧ୍ୟରେ ରାଷ୍ଟ୍ରବାଦୀ ଚିନ୍ତାଧାରା ବିକଶିତ ହେଉଛି, ଏହା ଉନ୍ନତିର ସଙ୍କେତ। ଲୋକମାନେ ଜାତି, ଧର୍ମ ଓ ବର୍ଣ୍ଣ ଭେଦଭାବ ଊର୍ଦ୍ଧ୍ବରେ ଚିନ୍ତା କରିବାକୁ ଲାଗିଲେଣି। ଯାହା ରାଷ୍ଟ୍ର ପ୍ରଗତିର ସଙ୍କେତ। ଏପରି ନୁହେଁ ଯେ ଦେଶରେ ପ୍ରେରଣା ଦେବା ପରି ଲୋକ ନାହାନ୍ତି। ସରକାରୀ ଉପଲବ୍ଧି, ଦୌଡୁଥିବା ରେଳ ପରି ବିକାଶର ପରିସଂଖ୍ୟାନ, ଜିଡିପି, ଔଦ୍ୟୋଗିକ ବିକାଶ, ନିଯୁକ୍ତି ଭିତରେ ଫସି ରହିବେ ତ ନିଜର ସଙ୍କଳ୍ପକୁ କିପରି ପୂରଣ କରିବେ? ହଁ ଏ ସବୁତ ସରକଙ୍କାରଙ୍କ କ୍ଷମତା ପରିସର ଭୁକ୍ତ ମାତ୍ର ଯେଉଁଥିରେ ଆମର ଭୂମିକା ରହିଛି ସେଥିରେ ଆମେ ନିଜର ଯୋଗଦାନ ଦେବା ନିହାତି ଆବଶ୍ୟକ। ନିଜର ଭୂମିକାକୁ ତ ଆମେ ନିଜେ ସ୍ଥିର କରିବାକୁ ପଡିବ। ସରକାରଙ୍କ କଥା କହିଲେ ଗଣତନ୍ତ୍ର ପରି କଳ୍ପବଟ ଆପଣଙ୍କ ପାଖରେ ଅଛି। ମତଦାନର ବୀଜରୋପଣ କରି ନିଜର ଇଚ୍ଛା ଅନୁସାରେ ପ୍ରତିନିଧି ନିର୍ବାଚିତ କରିବେ। ଆଶା ଓ କାମନାର କୌଣସି ଅନ୍ତ ନାହିଁ। ଗୋଟିଏ ବର୍ଷ ଭିତରେ ଏହା ପୂରଣ ହୋଇ ନପାରେ। ନୂଆବର୍ଷରେ ସବୁଥର ପରି ଚଳିତ ଥର ବି ଯୁବପିଢିଙ୍କ ଉପରେ ଆମର ଅନେକ ଆଶା ଓ ଭରସା ରହିଛି। ଏମାନେ ସମୟକୁ ଏମିତି ନିଜ ହାତ ମୁଠା ଭିତରେ ଶକ୍ତ ଭାବରେ ରଖିଛନ୍ତି ପୂର୍ବରୁ ଅନ୍ୟ କୌଣସି ପିଢି ଏପରି କରି ନ ଥିଲେ। ଏମାନେ ନିଜର ଦୃଢ ଇଚ୍ଛାଶକ୍ତି, କଠିନ ପରିଶ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚାହୁଁଛନ୍ତି। ଏକ ବିଶଂତମ ଶତାଦ୍ଦୀରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ସହାୟତାରେ ଆଗକୁ ବଢିବାର ଇଚ୍ଛାଶକ୍ତିର ଅଦ୍ଭୂତ ଉଦାହରଣ ହେଉଛି ଆଜିର ଯୁବପିଢି। ସମୟ ଆସିଲେ ଯୁବବର୍ଗଙ୍କ ପ୍ରତିଭା ପ୍ରସ୍ଫୁଟିତ ହେବ। ଏପରି ଲାଗୁଛି ଯୁବପିଢି ନିଜର ଦୃଢ ଇଚ୍ଛାଶକ୍ତି, ସ୍ୱତନ୍ତ୍ରତା ଓ ଉଦ୍ୟମ ଯୋଗୁଁ ଭାରତରେ ବଡଧରଣର ପରିବର୍ତ୍ତନର ବାତାବରଣ ସୃଷ୍ଟି ହୋଇଛି। ନବ ବର୍ଷରେ ଡିଜିଟାଲ ଇଣ୍ଡିଆ ଓ ବିକଶିତ ଭାରତ ପାଇଁ ଯେଉଁ ସଙ୍କଳ୍ପ ନିଆଯାଇଛି ତାହା ପୂରଣ ହେବ। ଏହା ମୋର ବିଶ୍ୱାସ। ହଁ ବୟସର ଯେଉଁ ତାରତମ୍ୟ ରହିଛି, ସେଥିରୁ ଊର୍ଦ୍ଧ୍ବରେ ରହିବାକୁ ହେବ। ମୋ ମତରେ ଉନ୍ନତିର ଆଧାର ଉଦ୍‌ଯୋଗ ଓ ପ୍ରଯୁକ୍ତି ବିକାଶ, ଏପରି ଚିନ୍ତାଧାର ହେବା ଆବଶ୍ୟକ। ଆମେମାନେ ଏହି ବର୍ଷକୁ ସ୍ୱପ୍ନ, ସଙ୍କଳ୍ପ ଓ ସଂଘର୍ଷର ବର୍ଷ ରୂପେ ଗ୍ରହଣ କରିବା।ଏହା ବ୍ୟତୀତ ନବବର୍ଷରେ ଏହା ଆଶା ରଖିବା କି ଦେଶ ଓ ସମାଜରେ ଶାନ୍ତି ଓ ସଦ୍‌ଦ୍ଭାବ ପ୍ରତିଷ୍ଠା ହେଉ। ଶାନ୍ତି, ସଦଦ୍ଭାବ ଓ ଏକତା ବୃଦ୍ଧି ପାଇଁ ଉଦ୍ୟମ ହେଉ। ସାମାଜିକ ଓ ସାଂସ୍କୃତିକ ବିବିଧତା ମଧ୍ୟରେ ଏକତା ବଜାୟ ରହୁ। ସମସ୍ତଙ୍କୁ ଇଂରାଜୀ ନବବର୍ଷର ଶୁଭକାମନା।
- ଦୀପକ ମାଲବ୍ୟ, ଅଧ୍ୟକ୍ଷ, ‘ସମାଜ’ ପରିଚାଳନା ମଣ୍ଡଳୀ

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।