ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ଚମତ୍କାରୀ ବସ୍ତୁ, ମିଳିବ ବହୁ ଲାଭ

.

Copy Editor RRM | Published On: Dec 31, 2017 08:02 PM IST |   1498

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ପାଦ ଥାପିବ ନୂଆବର୍ଷ । ସମସ୍ତଙ୍କ ପାଇଁ ନୂଆବର୍ଷ ଖୁସି ଓ ସମୃଦ୍ଧି ଆଣୁ, ଏହା ସମସ୍ତେ ଚାହିଁଥାନ୍ତି । ତେବେ ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁ ଜିନିଷ ଘରକୁ ଆଣିଲେ ଘର ହସଖୁସିରେ ପୂରି ଉଠିବ । ଏଥିସହ କେଉଁ ବସ୍ତୁର ସକରାତ୍ମକ ଶକ୍ତି ସଫଳତା ଆଣିବାରେ ପ୍ରମୁଖ ଭୂମିକା ନିଭାଇଥାଏ ।
- ଧନର ଦେବତା କୁବେରଙ୍କୁ ପ୍ରସନ୍ନ କରିବାକୁ ହେଲେ ଆବଶ୍ୟକ ଉପାୟ ଜାଣିବାକୁ ହେବ । ଭଗବାନ କୁବେର ପ୍ରସନ୍ନ ହେଲେ, ବ୍ୟକ୍ତିଙ୍କୁ ଧନସମ୍ପତ୍ତି ସମ୍ବନ୍ଧିତ ସମସ୍ୟା ଆଉ ରହିବ ନାହିଁ । ଘରର ଉତ୍ତର ଦିଗରେ ଭଗବାନ କୁବେରଙ୍କ ପ୍ରତିମା ରଖିଲେ, ନିଶ୍ଚିତ ସୁଫଳ ମିଳିବ ।
- ସ୍ପଟିକ୍‌ର ମାଳ ହାତରେ ଧରି ସରସ୍ୱତୀଙ୍କ ମନ୍ତ୍ର ଜପ କରିଲେ, ଶୀଘ୍ର ସିଦ୍ଧି ପ୍ରାପ୍ତ ହୋଇଥାଏ । ଏଥିସହ ମା’ ସରସ୍ୱତୀଙ୍କ କୃପାରେ ବିଦ୍ୟାବୃଦ୍ଧି ଲାଭ ହୁଏ ।
- ସ୍ପଟିକ୍‌ ଶିବଲିଙ୍ଗ ମଧ୍ୟ ସକାରାତ୍ମକ ଶକ୍ତିରେ ଭରପୂର । ଏହି ଶିବଲିଙ୍ଗ ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ । ଯେଉଁ ଘରେ ଏହି ଶିବ ଲିଙ୍ଗ ସ୍ଥାପନା ହୁଏ, ସେହି ଘରୁ ସମସ୍ତ ପ୍ରକାର ରୋଗ ଦୂରୀଭୂତ ହୋଇଥାଏ ।
- ସ୍ପଟିକ୍‌ରେ ପ୍ରସ୍ତୁତ ଏହି ଶ୍ରୀଯନ୍ତ୍ର ଅତିଶୀଘ୍ର ସଫଳତା ପ୍ରଦାନ କରିଥାଏ । ଏହାକୁ ଘରକୁ ଆଣିଲେ, ମହାଲକ୍ଷ୍ମୀ ଆପଣଙ୍କ ଘର ଆଡକୁ ଆକର୍ଷିତ ହେବେ । ଆପଣଙ୍କ ଘରେ ସବୁ ସମୟରେ ଆର୍ଥିକ ସମୃଦ୍ଧି ବଜାୟ ରହିବ ।
- ବାସ୍ତୁ ଶାସ୍ତ୍ର ଅନୁସାରେ, କଇଁଚ୍ଛ ବହୁତ ପବିତ୍ର ବୋଲି କୁହାଯାଏ । ସ୍ପଟିକ୍‌ର କଇଁଚ୍ଛ ଧନ ସମ୍ପତ୍ତି ପ୍ରସଙ୍ଗରେ ଫାଇଦା ଦେବ । ବାସ୍ତୁ ଅନୁସାରେ ଉତ୍ତର ଦିଗରେ ସ୍ପଟିକ୍‌ର କଇଁଚ୍ଛ ରଖିବା ଆବଶ୍ୟକ । ଏହାର ମୁହଁ ଘର ଭିତରକୁ ରହିବ । ଆଲମାରିରେ ସ୍ପଟିକ୍‌ର କଇଁଚ୍ଛ, ସୁନା ଓ ରୁପା ମୁଦ୍ରା ଓ ଚାଉଳ ରଖିଲେ ଘରେ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ ।
- ମିଶର ସଭ୍ୟତାର ପିରାମିଡ ଶୁଭର ପ୍ରତୀକ ବୋଲି ଲୋକେ ମାନିଥାନ୍ତି । କ୍ରିଷ୍ଟାଲ ପିରାମିଡ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଲାଭ ଦେଇଥାଏ । ଘରର ଯେଉଁ ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ, ସେହି ସ୍ଥାନ ସବୁଠୁ ଭଲ ରହିବ ।
- ସ୍ପଟିକ୍‌ ଗଣେଶ ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ଦେବ ଏବଂ ବୁଦ୍ଧିର ବିକାଶ ହେବ । ସେହିପରି ମା’ ଲକ୍ଷ୍ମୀ ସ୍ପଟିକ୍‌ ମୂର୍ତ୍ତି ରଖିଲେ, ଘରେ ଅର୍ଥର ଅଭାବ ରହିବ ନାହିଁ ।
- ଘରେ ଖୁସି ଓ ସମୃଦ୍ଧି ଆଣିବା ପାଇଁ ଲାଫିଙ୍ଗ ବୁଦ୍ଧ ପ୍ରତିମା ରଖନ୍ତୁ । ଆପଣଙ୍କ ଘରର ମୁଖ୍ୟ ଦ୍ୱାରର ପ୍ରବେଶ ପଥର କୌଣସି କୋଣରେ ଏହି ଲାଫିଙ୍ଗ ବୁଦ୍ଧ ପ୍ରତିମା ରଖିବେ ।
- ରୁପାର ହାତି ପ୍ରତିମା ଘରେ ରଖିଲେ ଚମକ୍ରାର ପ୍ରଭାବ ପଡ଼ିଥାଏ । ଜ୍ୟୋତିଷଙ୍କ ଅନୁଯାୟୀ, ରାହୁ ଓ କେତୁଙ୍କ ଖରାପ ପ୍ରଭାବ ପଡ଼ି ନ ଥାଏ । ଏଥିସହ ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ । ବହୁ ଲୋକ ଘରେ ଗଣେଶଙ୍କ ମୂର୍ତ୍ତି ରଖିଥାନ୍ତି । ତେବେ ରୁପାର ଗଣେଶ ମୂର୍ତ୍ତି ରଖିଲେ ଅଧିକ ଲାଭଦାୟକ ହୋଇଥାଏ ।

 

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।