୧୫ କୁଇଣ୍ଟାଲ କଇଁଛ ଜବତ,୩ ଗିରଫ

.

Published On: Dec 31, 2017 01:24 PM IST | Updated On: Dec 31, 2017 10:49 PM IST |   301

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅଫିସ ପକ୍ଷରୁ ଚଢାଉ କରି ୧୫ କୁଇଂଣ୍ଟାଲ ରୁ ଉର୍ଦ୍ଧ  ଜିଅନ୍ତା କଇଁଛ ଜବତ କରାଯାଇଛି । ନୁଆ ବର୍ଷ ପାଇଁ ଆନ୍ଦ୍ରପ୍ରଦେଶ ରୁ ଏତେ ସଂଖ୍ୟାକ କଇଁଛ ଆଣି ଓଡିଶା ମାଲକାନଗିରି ଓ ଆଖପାଖ ଜିଲ୍ଲାରେ ଏହି କଇଁଛ ସବୁ ବିକ୍ରି ହୋଇଥାନ୍ତା । ମାଲକାନଗିରି ଡି.ଏଫ.ଓ ଡ.ସମ୍ରାଟ ଗୈାଡା ଙ୍କ ନିର୍ଦେଶ କ୍ରମେ କାଲିମେଳା ଥାନା ଅନ୍ତର୍ଗତ ଏମଭି-୬୫ ନିକଟବର୍ତି ହାଟପଦା ନିକଟରେ  ବନ ବିଭାଗ ଏକ ପିକପ୍ ଭ୍ୟନ କୁ ଅଟକାଇ ଯାଞ୍ଜ କରିବା ପରେ ୪୦ ଟି ବସ୍ତାରେ କଇଁଛ ଥିବା ଜଣାପଡିଥିଲା । ଏହି କଇଁଛର ଅନୁମାନିକ ବଜାର ମୁଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଏହି ବେପାରିମାନେ କଇଁଛ ସବୁକୁ ଗ୍ରାମାଂଚଳରେ ଆଣି କେଜି ପ୍ରତି ୨ ଶହରୁ ଅଢେଇଶ ଟଙ୍କାରେ ବିକ୍ରି କରିଥାନ୍ତେ ।

ବେଆଇନ ଭାବେ କଇଁଛ ଚାଲାଣ ଅଭିଯୋଗରେ ଡ୍ରାଇଭର  ୨ ଜଣ ବେପାରିଙ୍କୁ ଗିରଫ କରାଯାଇ ଥିବା ସୁଚନା ମିଳିଛି । ଏହି ଚଢଉ ସମୟରେ କାଲିମେଳା ବନାଂଚଳ ଅଧିକାରି ରାମଚନ୍ଦ୍ର ମାଡକାମି ବନପାଳ ସୁରେଶ ଚନ୍ଦ୍ର ସ୍ୱାଇଁ ପଡିଆ ବନପାଳ ଅନିଲ କୁମାର ବାଲା ଉପସ୍ଥିତ ରହିଥିଲେ । ମାଲକାନଗିରିର  ସରକାରୀ ବନ ସଂରକ୍ଷକ ଜଗଦିଶ ପ୍ରସାଦ ପଟ୍ଟନାୟକ ଓ ଶ୍ରୀକାନ୍ତ ନାୟକ ଙ୍କ ସହ ଡିଏଫଓ କାଲିମେଳା ରେ ରହି ତଦନ୍ତ ଚଳାଇଛନ୍ତି । ଏହି କଂଇଛ ସବୁ କୁ ନଦିରେ ଛଡା ଯିବ ବୋଲି ଜଣାପଡିଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।