ମହିଳାଙ୍କୁ ହତ୍ୟା କରିବା ପରେ ଘରେ କଳାକନା ବୁଲେଇଲେ ଦୁର୍ବୃତ୍ତ

.

Published On: Dec 31, 2017 12:03 PM IST | Updated On: Dec 31, 2017 10:47 PM IST |   577

ପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ଗାଁରେ ଡକାୟତି ପାଇଁ ଜଣେ ବିଧାବା ମହିଳାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ମହିଳାଙ୍କ ନାମ ପୁଷ୍ପଲତା ଦାସ (୫୦)।

ସୂଚନାଯୋଗ୍ୟ, ଗତକାଲି ରାତିରେ ପୁଷ୍ପଲତା ଦାସ ଏକାକୀ ରହୁଥିବା ସୁଯୋଗ ନେଇ କିଛି ଦୁର୍ବୃତ୍ତ ପାଚେରି ଡେଇଁ ତାଙ୍କ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ପୁଷ୍ପଲତାଙ୍କୁ ମାଡ ମାରିବା ସହ ସେଲୋଟେପ୍ ରେ ଗୋଡ ହାତ ବାନ୍ଧି ଗାଧୁଆ ଘରେ ପକାଇ ଦେଇଥିଲେ । ପରେ ଘରୁ କଳାକନା ବୁଲାଇ ଦୁର୍ବୃତ୍ତମାନେ ଫେରାର ହୋଇଯିବା ପରେ ବିଳମ୍ବିତ ରାତିରେ ତାଙ୍କ ପୁଅ ଘରେ ପହଞ୍ଚି ମାଙ୍କୁ ଡାକିଥିଲେ । ପୁଷ୍ପଲତା କବାଟ ନ ଖୋଲିବାରୁ ସେ ସନ୍ଦେହରେ ପଡ଼ିଶା ଘର ଛାତ ବାଟେ ତାଙ୍କ ଘର ଭିତରକୁ ଯାଇଥିଲେ । ଗୋଡ ହାତ ବନ୍ଧା ହୋଇ ଗାଧୁଆ ଘରେ ପଡିଥିବା ଅବସ୍ଥାରେ ମାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଖବର ପାଇ ଡେଲାଙ୍ଗ ଥାନା ଆଇଆଇସି ଦୟା ନାୟକ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ଡାକ୍ତରଖାନାକୁ ପଠାଇଛନ୍ତି । ତେବେ ଏହା ଡକାୟତିକୁ ନେଇ ହତ୍ୟା କିମ୍ବା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ପୁଲିସ ତଦନ୍ତ ପରେ ଜଣାପଡିବ । ଆଲମାରିରୁ ନଗତ ୬୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି । ଘଟଣାସ୍ଥଳରେ ସାଇଣ୍ଟେଫିକ୍ ଟିମ ଓ ସନ୍ଧନୀ କୁକୁର ପହଞ୍ଚି ତଦନ୍ତ ଚାଳଇଛନ୍ତି । 

  

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।