ଏସ୍‌ସିବିରେ ୩ ପ୍ରକଳ୍ପ ଓ ସିଡିଏ ଗୋଷ୍ଠୀକେନ୍ଦ୍ର ଲୋକାର୍ପିତ

କ୍ୟାମ୍ପସ ହେଲା ୱାଇଫାଇ

Copy Editor AH | Published On: Dec 31, 2017 01:59 AM IST | Updated On: Dec 31, 2017 05:39 AM IST |   639


କଟକ: କଟକ ବଡ଼ ଡାକ୍ତରଖାନା କ୍ୟାମ୍ପସରେ ୱାଇଫାଇ ସେବା ସହିତ ୩ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏହିସବୁ ସେବାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ଗ୍ରାମାଞ୍ଚଳ ରୋଗୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟନେଇ ସରକାର ଚଳିତବର୍ଷଠାରୁ ଆଉ ୨ଟି ମେଡିକାଲ କଲେଜ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି।


୨୦୧୮-୧୯ଶିକ୍ଷା ବର୍ଷରେ ଏହି ଦୁଇ ମେଡିକାଲ କଲେଜରେ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଏସ୍‌ସିବି ସମେତ ଅନ୍ୟ ମେଡିକାଲ କଲେଜରେ କିପରି ଅଧିକରୁ ଅଧିକ ସେବା ରୋଗୀଙ୍କୁ ମାଗଣାରେ ମିଳିବ ସେ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ଆସନ୍ତା ମାର୍ଚ୍ଚରୁ ଏସ୍‌ସିବି ସମେତ ବିଭିନ୍ନ ମେଡିକାଲ କଲେଜରେ ଏମଆରଆଇ ଭଳି ସେବା ମାଗଣାରେ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ମେଡିକାଲ କଲେଜ କ୍ୟାମ୍ପସରେ ୱାଇଫାଇ ସେବା ସହିତ ଏକ ଅତ୍ୟାଧୁନିକ ଅଡିଟୋରିୟମ, ନର୍ସିଂ କଲେଜ ଓ ନର୍ସିଂ ହଷ୍ଟେଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏଥିସହିତ ମର୍କତନଗର ସେକ୍ଟର-୭ରେ ନିର୍ମିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏଲଇଡି ଲାଇଟ ପ୍ରକଳ୍ପ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, େମଡିକାଲ କଲେଜ ଅଧୀକ୍ଷକ ଡା. ଶ୍ୟାମା କାନୁନଗୋଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।