ଆଉ ୯ ମାସ ଏମ୍ସରେ ରହିବେ ଜଗା-କାଳିଆ

ଆଉ ୯ ମାସ ଏମ୍ସରେ ରହିବେ ଜଗା-କାଳିଆ

Copy Editor AH | Published On: Dec 31, 2017 12:53 AM IST | Updated On: Dec 31, 2017 12:54 AM IST |   142


ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଥିବା ଓଡିଶା କନ୍ଧମାଳ ଜିଲାର ଚର୍ଚ୍ଚିତ ଯମଜ ଶିଶୁ ଜଗା-କାଳିଆଙ୍କୁ ମୁକ୍ତ ହେବା ଲାଗି ଆହୁରି ୮ରୁ ୯ମାସ ସମୟ ଲାଗିବ ବୋଲି ନିର୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି। ଶନିବାର ଗୁଲେରିଆ କହିଛନ୍ତି ଯେ ଦୁଇ ଶିଶୁଙ୍କ ମୁଣ୍ଡରେ ଖପୁରୀ ତିଆରି ଭଳି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରୋପଚାର କରାଯିବାକୁ ଅଛି। ମୁଣ୍ଡରେ ଖପୁରୀ ସୃଷ୍ଟି ଲାଗି ଚମଡା ପ୍ରତିରୋପଣ କରାଯିବ। ଏହି ପ୍ରତିରୋପଣ ପରେ ତାଙ୍କୁ କିଛି ମାସ ତତ୍ତ୍ୱାବଧାନରେ ରଖାଯିବ। ମୁଣ୍ଡ ଯୋଡି ହୋଇ ରହିଥିବା ଏହି ଯମଜ ଶିଶୁଙ୍କୁ ଅକ୍ଟୋବର ୨୫ ଓ ୨୬ ଦୁଇଦିନର ଅସ୍ତ୍ରୋପଚାର ପରେ ଅଲଗା କରାଯାଇଥିଲା।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।