ମାତ୍ର ୨୪୦ ଟଙ୍କାରେ କମିଯିବ ଶରୀରରୁ ମୋଟାପଣ

ସିଙ୍ଗାପୁରରେ ଗବେଷକମାନେ ୨୪୦ ଟଙ୍କିଆ ଚିପ୍‌ରୁ ବିକଶିତ କରିଛନ୍ତି ଏହା ଯୋଗୁଁ କମିବ ମୋଟାପଣ

Published On: Dec 30, 2017 08:08 PM IST |   2406

ସିଙ୍ଗାପୁର: ସିଙ୍ଗାପୁରରେ କିଛି ଗବେଷକ ଏପରି ଏକ ଚିପ୍‌ ତିଆରି କରିଛନ୍ତି ଯାହାକୁ ଶରୀରରେ ଲଗାଇଲେ ଚର୍ବି କମିବା ସହ ମଟୋପାଣ ବି କମିଯିବ । ଏହି ଚିପ୍‌ର ମୂଲ୍ୟ ମାତ୍ର ୨୪୦ ଟଙ୍କା । ଏଥିରେ ମାଇକ୍ରୋ ନିଡଲ୍‌ ବା ଅତି ଛୋଟ ଛୁଞ୍ଚି ରହିଛି । ଏଥିଯୋଗୁଁ ଶରୀରକୁ କୌଣସି କଷ୍ଟ ହେବ ନାହିଁ । ଏହାର ମୂଲ୍ୟ ୫ ସିଙ୍ଗାପୁର ଡଲାର , ବା ଭରତୀୟ ମୁଦ୍ରାରେ ପ୍ରାୟ ୨୪୦ ଟଙ୍କା । ଏହି ମାଇକ୍ରୋ ନିଡଲ୍‌ ବା ଛୁଞ୍ଚିରେ ଔଷଧ ଶରୀରରେ ଥିବା ଶ୍ୱେତ ଚର୍ବିକୁ ଶକ୍ତି ପ୍ରଦାୟୀ ଧୂସର ଚର୍ବିରେ ରୂପାନ୍ତରିତ କରିବ । ମାତ୍ର ୪ ସପ୍ତାହ ବ୍ୟବହାର କଲେ ୩୦ ପ୍ରତିଶତ ଚର୍ବିକୁ ଏହା କମ କରିବ ।

ମୂଷାଙ୍କ ଉପରେ ହୋଇଥିବା ଗବେଷଣାରୁ ଏଥିରେ ସଫଳତା ମିଳିଛି ।  ଧୂସର ଚର୍ବି ବେଶୀ ପରିମାଣରେ ଶିଶୁଙ୍କ ଶରୀରରେ ମିଳିଥାଏ । ଏହା ଶିଶୁମାନଙ୍କୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ । ମାତ୍ର ବୟସ ବଢିବା ସହ ଏହାର ମାତ୍ରା  ଶରୀରରେ କମ ହୁଏ । ଶ୍ୱେତ ଚର୍ବିର ମାତ୍ରା ବୃଦ୍ଧି ପାଇବାରୁ ଶରୀର ପୃଥୁଳ ହୋଇଥାଏ । ସିଙ୍ଗାପୁରର ଏନ୍‌ଟି ବିଶ୍ୱବିଦ୍ୟାଳୟର ଦୁଇଜଣ ବୈଜ୍ଞାନିକ ଏହି ଚିପ୍‌ରୁ ପ୍ରସ୍ତୁତ କରିଛ୍ତି । ପ୍ରଭେସର ଜୁ ଚେନ୍‌ଜାଇ ଓ  ଚେନ୍‌ ପେଙ୍ଗ ଏହି ଚିପ୍‌କୁ ନିର୍ମାଣ କରିଛନ୍ତି । ସାରାବିଶ୍ୱରେ ଏହା ବେଶ ଉପଯୋଗୀ ହେବ ବୋଲି କହିଛନ୍ତି । ଆଗରୁ ମୋଟାପଣ କମ୍‌ କରିବା ପାଇଁ ଲୋକ ପ୍ରଚୁର ମାତ୍ରାରେ ବିଭିନ୍ନ ଔଷଧ ଖାଇବା ସହ ବେଳେ ବେଳେ ଅସ୍ତ୍ରୋପଚାର କରିବାକୁ ପଡୁପଥିଲା । ଏବେ ଶରୀରରେ ଏହି ଚିପ୍‌ ଲଗାଇଲେ ମାତ୍ର ୪ ସପ୍ତାହ ମଧ୍ୟରେ ମୋଟାପଣରୁ ମୁକ୍ତି ମିଳିବ ବୋଲି ସେମାନ ଦାବି କରିଛନ୍ତି । ଏହି ଦୁଇଜଣ ଔଷଧ ଗବେଷଣା କ୍ଷେତ୍ରରେ ବହୁ ବର୍ଷ ଧରି କାମ କରିଛନ୍ତି । ଏଥିଯୋଗୁଁ ହୃଦ ରୋଗର(ହାର୍ଟ ଆଟାକ) ସମ୍ଭାବନା, ମଧୁମେହ(ଡାଇବେଟିସ୍‌) ପାଇଁ ବେଶ୍‌ ଉପଯୋଗୀ ବୋଲି କହିଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।