ଚୁଟି ଓ ଚର୍ମ ପାଇଁ ସୋରିଷତେଲ ବରଦାନ ସଦୃଶ , ଏହାର ରହିଛି ଆହୁରି ଅନେକ ବ୍ୟବହାର

ଶରୀର ପାଇଁ ସୋରିଷ ତେଲର ବ୍ୟବହାର

Published On: Dec 30, 2017 05:32 PM IST | Updated On: Dec 30, 2017 05:50 PM IST |   2090

ଏବେ ଅଧିକାଂଶ ଲୋକ କେଶର କୌଣସି ନା କୌଣସି ସମସ୍ୟା ସହ ଜଡିତ । କେଶ ସମସ୍ୟା ଯୋଗୁଁ  ଅନେକ ପ୍ରକାରର କେମିକାଲ ବା ରାସାୟନିକ ଉତ୍ପାଦକୁ ବ୍ୟବହାର କରିଥାଆନ୍ତି । ମାତ୍ର ସୋରିଷ ତେଲ କେଶର ଅନେକ ସମସ୍ୟା ଦୂର କରିଥାଏ  । ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସୋରିଷ ତେଲ ତ ଖାଦ୍ୟର ସ୍ୱାଦ ବୃଦ୍ଧି କରିଥାଏ  ।

ଚର୍ମ ପାଇଁ ସୋରିଷ କେଲ ବହୁତ ଲାଭ ଦାୟକ । ଏଥିରେ ଭିଟାମିନ୍‌-ଇ ପ୍ରଚୁର ପରିମାଣରେ ଅଛି ।ଏଥିଯାଗୁଁ ସୋରିଷ ତେଲ ଶୀତଦିନ ସହ ବର୍ଷର ଅନ୍ୟଦିନମାନଙ୍କରେ ଶରୀରରେ ମାଲିସ କରିବା ଭଲ । ଏହା ଦ୍ୱାରା ଚର୍ମ ନରମ ରୁହେ ।

ଆଣ୍ଠୁଗଣ୍ଠି ଦରଜ ହେଉଥିଲେ  ସୋରିଷ ତେଲ ଲଗାଇବା ଭଲ । ଏହା ଲଗାଇବା ଦ୍ୱାର ଯନ୍ତ୍ରଣାକୁ ଉପଶମ ମିଳିଥାଏ ।

ସୋରିଷ ତେଲ ଓ ଲୁଣ ମିଶାଇ ମାଲିସ କଲେ ଦାନ୍ତ ଦରଜରୁ ମୁକ୍ତି ମିଳେ । ଦାନ୍ତ ଶକ୍ତ ରୁହେ ।

ଥଣ୍ଡା ଓ ଶ୍ୱାସ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ସୋରିଷ ତେଲ ଖାଇବା ଭଲ । ଏଥିରେ ଥିବା ମ୍ୟାଗନେସିୟମ ସର୍ଦି କମ କରିଥାଏ ।

ସୋରିଷ ତେଲ ଚୁଟିରେ ଲଗାଇଲେ ଚୁଟି କଳା ରହିବା ସହ ଉପୁଡିବା କମ ହୁଏ । ରୂପି ହେବାର ମାତ୍ରା କମ ହୋଇଥାଏ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।