ଶବ ଦାହ କରୁଥିବା ବୃଦ୍ଧଙ୍କୁ ମିଳିଲାନି ଚାରି କାନ୍ଧ

.

Published On: Dec 30, 2017 05:32 PM IST | Updated On: Dec 30, 2017 05:41 PM IST |   240

ମାଲକାନାଗିରି: ଦିନ ଥିଲା ଯେଉଁ ଲୋକ ଶହ ଶହ ଶବ ଦାହ କରୁଥିଲା ଆଜି ସେଇ ଲୋକର ମୃତଦେହକୁ ମିଳିଲାନି ଚାରିକାନ୍ଧ । ଏଭଳି ଏକ ଅମାନବିକତା ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଗୋବିନ୍ଦପାଲି ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡା ଗାଁରେ । ଦୁଇ ଦିନ ଧରି ଶବ ପଡି ରହିଲା ପରେ ମଧ୍ୟ ଗାଁଲୋକେ ଚାରିକାନ୍ଧ ତ ଦେଲେନି, ଏପରିକି ମଶାଣିରେ ଶବଦାହ ପାଇଁ ଜାଗା ଦେବାକୁ ବାରଣ କରିଥିଲେ । କିନ୍ତୁ ଶେଷରେ ୱାର୍ଡମେମ୍ବରଙ୍କ ହସ୍ତକ୍ଷେପ ପରେ ବୃଦ୍ଧଙ୍କ ଶବଦାହ ହୋଇଥିଲା।

ସୂଚନାଯୋଗ୍ୟ, ପେଟ ପାଟଣା ପାଇଁ ନୂଆଗୁଡା ଗାଁର ଜଣେ ୭୫ ବର୍ଷୀୟ ବୃଦ୍ଧ ନର୍ଦ୍ଦମା ସଫା କରିବା ସହ ଶବ ଦାହ କାମ ମଧ୍ୟ କରୁଥିଲେ। ଏନେଇ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା। କିନ୍ତୁ ହଠାତ୍ ତାଙ୍କର ମୃତ୍ୟୁ ଘଟିବାରୁ ମୃତଦେହକୁ ଶ୍ମଶାନ ନେବାକୁ ଗାଁ ଲୋକ ମନା କରି ଦେଇଥିଲେ । ଏପରି ଗାଁରେ  ଶ୍ମସାନରେ ତାଙ୍କର ଶବଦାହ ହୋଇ ପାରିବ ନାହିଁ ବୋଲି ଗ୍ରାମବାସୀ ଅଡି ବସିଥିଲେ। ଇତି ମଧ୍ୟରେ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ତାଙ୍କ ଶବଦାହ ହୋଇପାରି ନ ଥିଲା।  କିଛି ବର୍ଷ ତଳୁ ବୃଦ୍ଧଙ୍କ ପୁଅ ମଧ୍ୟ ଆରପାରିକୁ ଚାଲି ଯାଇଥିବାରୁ ତାଙ୍କ ଗ୍ରାମବାସୀଙ୍କୁ ନେହୁରା ହୋଇଥିଲେ । କିନ୍ତୁ ଗ୍ରାମବାସୀ ଜିଦି ଅଡି ରହିବା ସହ ୩ ହଜାର ଟଙ୍କା ଜରିମାନା ଓ ପୁରୀରୁ ଅଭଡା ଆଣିବା ପାଇଁ କହିଥିଲେ ।  ପ୍ରସ୍ତାବ ନ ମାନିଲେ ଶବଦାହ ହୋଇ ପାରିବ ନାହିଁ ବୋଲି ଗ୍ରାମବାସୀ ରୋକ ଠୋକ ଶୁଣାଇ ଦେଇଥିଲେ । ଏହି ଖବର ପ୍ରଘଟ ହେବା ପରେ ୱାର୍ଡମେମ୍ବର ଏଥିରେ ହସ୍ତକ୍ଷେପ କରିଥିଲେ ଏବଂ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଘଟଣାର ସମାଧାନ ହୋଇଥିବା ଜଣାପଡିଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।