ଭେସଲିନ୍ ଦ୍ବାରା ଆପଣ ପାଇ ପାରିବେ ତ୍ଵଚା ଓ କେଶର ଚମକ, ଜାଣନ୍ତୁ କିପରି ?

.

Published On: Dec 30, 2017 04:27 PM IST | Updated On: Jan 01, 2018 02:38 PM IST |   2623

ଆଖି ତଳ ଦାଗ ଦୂର ହେବ: ୧/୨ ଚାମଚ ଭେସଲିନ୍ ବା ପେଟ୍ରୋଲିୟମ୍ ଜେଲି ନେଇ ସେଥିରେ ଲେମ୍ବୁ ରସ ମିଶାଇ ଭଲକି ଗୋଳାଇ ଦିଅନ୍ତୁ । ଏହାକୁ ନେଇ ଆଖି ତଳ ବା ଚାରି ପାଖରେ ଭଲ ଭାବରେ ମାଲିସ କରି ଏକ ଘଣ୍ଟା ଛାଡି ଦିଅନ୍ତୁ । ଏକ ଘଣ୍ଟା ପରେ ତୁଳା ସାହର୍ଯ୍ୟରେ ପୋଛି ଦେଇ ଥଣ୍ଡା ପାଣିରେ ଧୋଇ ଦେବେ । ଏପରି ୭ ଦିନ କରିବା ପରେ ଆଖି ତଳ କଳା ଦାଗ ଦୂର ହେଇଯିବ ।

କଳା ଦାଗ ଦୂର ପାଇଁ: ୧/୨ ଚାମଚ ଭେସଲିନ୍ ବା ପେଟ୍ରୋଲିୟମ୍ ଜେଲି ନେଇ ଏକ ଚାମଚ କ୍ଷୀର ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ଚେହେରାରେ ଲଗାଇ ୨୦ ମିନଟ୍ ପରେ ଏକ କଟନରେ ପୋଛି ଧୋଇ ହୋଇ ପଡନ୍ତୁ ।

ଆଣ୍ଟି ଏଜିଙ୍ଗି ପାଇଁ: ଏକ ଚାମଚ ଭେସଲିନ୍ ବା ପେଟ୍ରୋଲିୟମ୍ ଜେଲି ନେଇ ଡବଲ ବାଉଲ(ଗରମ ପାଣି ପାତ୍ରରେ ଭେସଲିନ୍ ଗିନା ରଖି, ଭେସଲିନକୁ ତରଳାଇବା) ଉପାୟରେ ଭେସଲିନ୍ ତରଳାଇ ଦିଅନ୍ତୁ । ପରେ ସେଥିରେ ଏକ ଚାମଚ ଘି-କୁଆଁରୀ ଜେଲ ଓ ଏକ ଚାମଚ ଗୋଲାପ ଜଳ ମିଶାଇ ଭଲକି ଗୋଳାଇ ଦିଅନ୍ତୁ । ରାତିରେ ଶୋଇଲା ବେ​‌ଳେ ଏହାକୁ ମୁହଁରେ ଲଗାଇ ଶୋଇ ପଡନ୍ତୁ ଏବଂ ସକାଳେ ଧୋଇ ଦେବେ । ଏହାକୁ ଚାହିଁଲେ ଆପଣ ଷ୍ଟୋର କରି ରଖି ପାରିବେ ।

ରୁକ୍ଷ କେଶ: ଏକ ଚାମଚ ଭେସଲିନ୍ ନେଇ ସେଥିରେ ଗୋଟିଏ ଅଣ୍ଡାର ଧଳା ଅଂଶ ଗୋଳାଇ ରଖନ୍ତୁ । ଏହାକୁ କେଶରେ ଲଗାଇ ୩୦ ମିନିଟ୍ ଛାଡି ଦିଅନ୍ତୁ । ପରେ ଆପଣଙ୍କ ମନ ପସନ୍ଦ ସାମ୍ପୋ ବ୍ୟବହାର କରି ଧୋଇ ଦିଅନ୍ତୁ ।

ମୋଟା ଓ ଲମ୍ବା ଭୂଲତା: ଏକ ଚାମଚ ଭେସଲିନ୍, ଏକ ଚାମଚ ଜଡା ତେଲ ଓ ଗୋଟିଏ ଭିଟାମିନ ଇ କ୍ୟାପସୁଲ ନେଇ ଭଲ ଭାବରେ ଗେଳାଇ ଦିଅନ୍ତୁ । ଏହାକୁ ନେଇ ଭୂଲତାରେ ଲଗାଇଲେ ମୋଟା ଓ ଲମ୍ବା ହୋଇଥାଏ। ଏହାକୁ ଆପଣ ଗୋଟିଏ ସପ୍ତାହ ଷ୍ଟୋର କରି ରଖି ପାରିବେ ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।