ପଦ୍ମାବତୀକୁ ସବୁଜ ସଙ୍କେତ!

.

Copy Editor RRM | Published On: Dec 30, 2017 04:10 PM IST |   940

ନୂଆଦିଲ୍ଲୀ: ବିବାଦୀୟ ଫିଲ୍ମ ପଦ୍ମାବତୀ ମୁକ୍ତିଲାଭ ପାଇଁ ସବୁଜ ସଙ୍କେତ ମିଳିପାରେ । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍‌ସି)ର ୬ ଜଣିଆ ସଦସ୍ୟ ଗତ ୨୮ ତାରିଖରେ ପଦ୍ମାବତୀ ଫିଲ୍ମ ଦେଖିବା ସହ ସମୀକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ବସିଥିବା ବୈଠକରେ ସିନେମା ମୁକ୍ତିଲାଭ ହେବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଫିଲ୍ମକୁ ୟୁଏ ପ୍ରମାଣପତ୍ର ପ୍ରଦାନ ପାଇଁ ସେଥିରେ କିଛିଟା ପରବର୍ତ୍ତନ କରାଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଫିଲ୍ମ ପଦ୍ମାବତୀର ନାମ ପରିବର୍ତ୍ତନ ହେବ । ନୁ୍ୟଜ୍‌ ଏଜେନ୍ସି ଏଏନ୍‌ଆଇ ଅନୁସାରେ, ପଦ୍ମାବତୀ ନାମ ପରିବର୍ତ୍ତନ କରାଯାଇ ‘ପଦ୍ମାବତ୍‌’ ହେବ ବୋଲି ଜଣାପଡ଼ିଛି । ତେଣୁ ଏହି ସମସ୍ତ ପ୍ରକ୍ରିୟା ସରିବା ପରେ ଫିଲ୍ମକୁ ୟୁଏ ସାର୍ଟିଫିକେଟ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ସିବିଏଫ୍‌ସି ପକ୍ଷରୁ କୁହାଯାଇଛି ଯେ, ଏହି ଫିଲ୍ମକୁ ନେଇ ଲାଗିଥିବା ବିବାଦକୁ ନେଇ ୬ ଜଣିଆ କମିଟି ଗଠିତ ହୋଇଥିଲା । ଫିଲ୍ମରେ ଏବେ ୨୬ଟି ଅଂଶ କଟାଯିବା ପରେ ପୁଣି ସମୀକ୍ଷା କରାଯିବ । ପରେ କମିଟି ପକ୍ଷରୁ ୟୁଏ ସାର୍ଟିଫିକେଟ ସହ ଫିଲ୍ମ ମୁକ୍ତିଲାଭ ହେବାକୁ ଅନୁମତି ମିଳିବ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।