ଚିକେନ୍‌ ଖାଉଥିବା ଲୋକ ଏହି ଖବର ପଢନ୍ତୁ, ଏହାର ଉପକାର ଓ କ୍ଷତି ବିଷୟରେ ଜାଣନ୍ତୁ

.

Published On: Dec 30, 2017 02:35 PM IST | Updated On: Dec 30, 2017 02:48 PM IST |   4232

ଅନେକ ସମୟରେ ଚିକେନ୍‌ ବା କୁକୁଡା ମାଂସକୁ ପୋଷକ ତତ୍ତ୍ୱ ପାଇଁ ଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଏଥିରୁ ପ୍ରଚୁର ପରିମାଣରେ ପ୍ରୋଟିନ ମିଳିଥାଏ । ଏଥିରୁ ଅନେକ ସୁଫଳ ମିଳୁଥିଲେ ମଧ୍ୟ କିଛିଟା ଖରାପ ପ୍ରଭାବ ବି ପଡିଥାଏ । ନିମ୍ନରେ ଆମେ ସେ ବିଷୟରେ ବର୍ଣ୍ଣନା କରିଛୁ ।

ଚିକେନ ବା କୁକୁଡା ମାଂସ ଖାଇବାର ଉପକାର

 ପ୍ରୋଟିନ ବା ପୃଷ୍ଟିସାର ପାଇଁ ଚିକେନ ଏକ ଉତ୍ତମ ଖାଦ୍ୟ । ଏହା ଶରୀର ପ୍ରୋଟିନର ଆବଶ୍ୟକତାକୁ ଅନେକ ପରିମାଣରେ ପୂରଣ କରିଥାଏ । ପୃଷ୍ଟିସାର ସହ ଚିକେନରେ ଅନେକ ପରିମାଣରେ ଜୀବସାର(ଭିଟାମିନ) ଓ ଖଣିଜ ସାର (ମିନେରାଲସ୍‌) ଅଛି । ଅଳ୍ପ ପରିମାଣରେ କୁକୁଡା ମାଂସ ଖାଇଲେ ବି ପୃଷ୍ଟିସାର ମିଳିଥାଏ । ବ୍ୟାୟାମ କରୁଥିବା ଲୋକ କୁକୁଡା ମାଂସ ଖାଇବା ଦ୍ୱାରା ମାଂସପେଶୀ ଦୃଢ ହୋଇଥାଏ ।

କୁକୁଡା ମାଂସ ଖାଇବାର କ୍ଷତି-

କୁକୁଡା ମାଂସରେ  ଚର୍ବି(ଫ୍ୟାଟ) ଓ କୋଲେଷ୍ଟରଲ ରହିଛି । ଏହାକୁ ଅଧିକ ପରିମାଣରେ ଖାଇଲେ ହୃଦରୋଗ ହେବାର ସମ୍ଭାବନା ରହିଛି ।  ମାତ୍ର ରେଡ ମିଟ ବା ପଶୁ ମାଂସ ଠାରୁ ଏଥିରେ କମ ପରିମାଣର କୋଲେଷ୍ଟରଲ ଥାଏ ।

 ତେବେ ଆବଶ୍ୟକତା ଅନୁସାରେ କୁକୁଡା ମାଂସ ଖାଇବା ଦରକାର । ଏହା ଶରୀର ପାଇଁ ଭଲ ପ୍ରଭାବ ପକାଇ ଥାଏ  , ଅଧିକ ପରିମାଣରେ ଖାଇଲେ ଶରୀର ପାଇଁ ଖରାପ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।