ଆରୋପ- ପ୍ରତ୍ୟାରୋପ ମଧ୍ୟରେ ଗୁଜରାଟ ରାଜନୀତି

୧୦ବିଜେପି ବିଧାୟକଙ୍କୁ ବିଜେପିରେ ସାମିଲ କଲେ କଂଗ୍ରେସରେ ମିଳିବ ଉଚ୍ଚ ପଦ: ହାର୍ଦ୍ଦିକ ପଟେଲ

Sid | Published On: Dec 30, 2017 01:57 PM IST |   836

ନୂଆଦିଲ୍ଲୀ - ଗୁଜରାଟ ରାଜନୀତିରେ ବିଜେପିର ବିଜୟ ହେବା ସତ୍ତ୍ୱେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସ ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଛି ବୋଲି ପଟିଦାର ନେତା ହାର୍ଦ୍ଦିକ ପଟେଲ ମନ୍ତବ୍ୟ ଦେଇଛନ୍ତି । କେବଳ ମନ୍ତବ୍ୟ କାହିଁକି ବିଜେପି ଯଦି ତା’ର ଉପମୁଖ୍ୟମନ୍ତ୍ରୀଙ୍କୁ ଉଚିତ ସମ୍ମାନ ନ ଦିଏ ତେବେ ଆଗାମୀ ଦିନରେ ଶ୍ରୀ ପଟେଲ କଂଗ୍ରେସରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି ମଧ୍ୟ ହାର୍ଦ୍ଦିକ ଆଶଙ୍କା ପ୍ରକାଶ କରିଛନ୍ତି । ଯଦି ନୀତିନ ତାଙ୍କ ୧୦ଜଣ ସହଯୋଗୀଙ୍କୁ ନେଇ ଦଳ ଛାଡ଼ନ୍ତି ତେବେ ତାଙ୍କ ପକ୍ଷରୁ କଂଗ୍ରେସ ସହ ଆଲୋଚନା କରିବାକୁ ହାର୍ଦ୍ଦିକ ପ୍ରସ୍ତୁତ ବୋଲି ଗଣମାଧ୍ୟମରେ ବିବୃତ୍ତି ଦେଇଛନ୍ତି । ଗୁଜରାଟରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦ ମୁଖ୍ୟତଃ ବିଭାଗ ବଣ୍ଟନରେ ଅନିୟମିତତା ହେତୁ ହୋଇଛି । ଏକକାଳୀନ ୬ଥର ଗୁଜରାଟରେ ନିଜ ସ୍ଥିତି ବଳବତ୍ତର ରଖିଥିବା ବିଜେପିର ବରିଷ୍ଠ ଦୁଇ ନେତାଙ୍କ ମଧ୍ୟରେ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ହେତୁ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି । ନୀତିନଙ୍କ ଅସନ୍ତୋଷର ଜବାବରେ କୌଣସି ଉତ୍ତର ଦେଉ ନାହାନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ଗୁଜରାଟରେ ଏଭଳି ରାଜନୈତିକ ସଙ୍କଟ ସପଥ ଗ୍ରହଣ ପରଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ ନେଇ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖିବା ଉଚିତ ମଣୁ ନାହାନ୍ତି । ଫଳରେ କେବଳ ଉପ-ମୁଖ୍ୟମନ୍ତ୍ରୀ କାହିଁକି କିଛି ବିଧାୟକ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି । ବଡୋଦରା ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ ମଧ୍ୟ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରା ନଯିବାରୁ ନିଜ ଅସନ୍ତୋଷ ସର୍ବସାଧାରଣରେ ପ୍ରକାଶ କରିଛନ୍ତି । ସର୍ବସମ୍ମୁଖରେ ତାଙ୍କ ହାତରେ ୧୦ଜଣ ବିଧାୟକଙ୍କୁ ନେଇ ଦଳ ଛାଡ଼ିବା ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି ତ୍ରିବେଦୀ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।