ହାଜତ ମୃତ୍ୟୁ ମାମଲା

ନିରପେକ୍ଷ ତଦନ୍ତ ପାଇଁ ମାନବାଧିକାର ଆୟୋଗରେ ଆବେଦନ

Copy Editor AH | Published On: Dec 30, 2017 05:02 AM IST |   82


ଭୁବନେଶ୍ୱର : ମାଲକାନଗିରି ଏସ୍‌ପିଙ୍କ ଅଫିସ ପରିସରରେ ଥିବା ବାରାକରେ ଜଣକର ହାଜତ ମୃତୁ୍ୟ ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନ ନିଜର ଅନୁସନ୍ଧାନକାରୀ ସଂସ୍ଥା ଜରିଆରେ ତଦନ୍ତ କରି ଦୋଷୀମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ବିରୋଧରେ ଫୌଜଦାରୀ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ଲାଗି ଶୁକ୍ରବାର ରାଜ୍ୟ ମାନବାଧିକାର ଆୟୋଗରେ ଏକ ମାମଲା ରୁଜୁ ହୋଇଛି ।
ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ ଓ ବିଜୟ ପଣ୍ଡାଙ୍କ ଦ୍ୱାରା ଆଗତ ଏହି ମାମଲାରେ ହାଜତ ମୃତୁ୍ୟର ଶିକାର ହୋଇଥିବା ଚନ୍ଦ୍ରଗୁଡ଼ା ଗ୍ରାମର ସମା କାବାସିଙ୍କ ପତ୍ନୀଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା ପାଇଁ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।


ସମାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହୋଇ ନଥିବାରୁ ସେ ନିରୀହ ଓ ନିର୍ଦୋଷ ଥିଲେ ଏବଂ ଥାନା ହାଜତରେ ତାଙ୍କର ସନେ୍ଦହଜନକ ମୃତୁ୍ୟ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ହାଜତ ନିର୍ଯାତନା ଯୋଗୁଁ ତାଙ୍କର ମୃତୁ୍ୟ ହୋଇଥିବାରୁ ଏହା ଏକ ହାଜତ ମୃତୁ୍ୟ ଘଟଣା ଏବଂ ଏହି ଘଟଣାରେ ମାଲକାନଗିରି ଏସପିଙ୍କର ସମ୍ପୃକ୍ତି ବିଷୟ ମଧ୍ୟ ସନେ୍ଦହର ଊଦ୍ଧ୍ୱର୍ରେ ନଥିବାରୁ ଏହି ମୃତୁ୍ୟ ଘଟଣାରେ ମାଲକାନଗିରିର ମାନବିକ ଅଧିକାର ସେଲର ଡ଼ିଏସପିଙ୍କ ଦ୍ୱାରା ତଦନ୍ତ ନିରପେକ୍ଷ ଓ ଅବାଧ ହୋଇ ନପାରେ । ତେଣୁ ଆୟୋଗ ସ୍ୱାଧୀନ ଭାବେ ଏହି ହାଜତ ମୃତୁ୍ୟ ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବା ପାଇଁ ଆବେଦନକାରୀ ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମାଲକାନଗିରି ପୁଲିସ ଏସଓଜି ଯବାନଙ୍କ ସହାୟତାରେ ମାଓବାଦି କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୋଗରେ ୧୨ଜଣଙ୍କୁ ଡ଼ିସେମ୍ବର ୨୭ରେ ଗିରଫ କରିଥିଲେ । ସେମାନଙ୍କ ମଧ୍ୟରୁ ସମା ଏସ୍‌ପିଙ୍କ ଅଫିସ ପରିସରରେ ଥିବା ପୁଲିସ ବାରାକର ଶୌଚାଳୟକୁ ଯାଇ ସେଠାରେ ନିଜ ଗାମୁଛାରେ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଥିଲା ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।