ଶରୀରର ଉଚ୍ଚତା ବଢ଼ାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ୪ଟି ସରଳ ଉପାୟ

.

Copy Editor RRM | Published On: Dec 29, 2017 08:41 PM IST |   2803

ନୂଆଦିଲ୍ଲୀ: ଶରୀରର କମ୍‌ ଉଚ୍ଚତା କେତେକ ଲୋକଙ୍କ ପାଇଁ ସମସ୍ୟା ଆଣି ଦେଉଥିବା ସେମାନେ ମନେ କରନ୍ତି । କମ୍‌ ଉଚ୍ଚତା ସହ ମୋଟାପଣ ସମସ୍ୟାକୁ ଅଧିକ ବଢ଼ାଇ ଦେଉଥିବ । ଏହି ପରିପ୍ରେକ୍ଷୀରେ ବହୁ ଲୋକ ଶରୀର ଉଚ୍ଚତା ବଢ଼ାଇବା ଲାଗି ବଜାରରେ ମିଳୁଥିବା ସପ୍ଲିମେଣ୍ଟ ଉପରେ ନିର୍ଭର କରିଥାନ୍ତି, ମାତ୍ର ତାହା ଘାତକ ସାଜିପାରେ । ଆମ ଶରୀର ବୃଦ୍ଧି କ୍ଷେତ୍ରରେ ହୁ୍ୟମାନ ଗ୍ରୋଥ୍‌ ହରମୋନ ସହାୟକ ହୋଇଥାଏ । ଏହି ହରମୋନ ୧୨ରୁ ୧୩ ବର୍ଷ ବୟସରେ ପିଲାଙ୍କୁ ବହୁତ ଚଳଚଞ୍ଚଳ ରଖିଥାଏ । ଫଳରେ ଆଗାମୀ ୬ ବର୍ଷ ତଥା ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଶରୀରର ଉଚ୍ଚତା ବଢ଼ିଥାଏ । ତେବେ ଏଠାରେ ୪ଟି ସରଳ ଉପାୟ ଆପଣଙ୍କୁ କହୁଛୁ, ଯାହାକି ୧୮ ବର୍ଷ ପରେ ମଧ୍ୟ ପିଲାଙ୍କ ଉଚ୍ଚତା ବଢ଼ିପାରେ ।
ଦୈନିକ ବ୍ୟାୟାମ : ବହୁତ କମ୍‌ ଲୋକ ଜାଣନ୍ତି ଯେ, ଆମର ଉଚ୍ଚତା ଦିନରେ ସାମାନ୍ୟ ଇଞ୍ଚ କମି ଯାଇଥାଏ ମାତ୍ର ରାତିରେ ଶୋଇବାବେଳେ ପୂର୍ବାବସ୍ଥାକୁ ଚାଲିଆସେ । ଏହାର କାରଣ ଶରୀର ଯେତେବେଳେ ଚଳନ କରିଥାଏ, ସେହି ସମୟରେ ମେରୁଦଣ୍ଡ ହାଡ ଉପରେ ଶରୀରର ଭାର ପଡ଼ିଥାଏ । ତେଣୁ ନିୟମିତ କିଛି ସମୟ ପାଇଁ ଝୁଲି ରହିବାର ବ୍ୟାୟାମ କରିବା ଜରୁରୀ । ଏଥିରେ ମେରୁଦଣ୍ଡ ହାଡ ମଜବୁତ୍‌ ରହିବ ଏବଂ ଶରୀର ଓଜନ ଠିକ୍‌ ରହିବ । ଏହା ବ୍ୟତୀତ ଦୌଡ଼, ଜମ୍ପିଂ ଓ ଏରୋବିକ୍ସ ଲାଭଦାୟକ ହେବ ।
ସଠିକ୍‌ ଖାଦ୍ୟ: ଫଳ, ସବୁଜ ପନିପରିବା, କ୍ଷୀର ଆଦିରୁ ଭରପୂର ପୋଷକ ତତ୍ତ୍ୱ ମିଳିଥାଏ । ଯାହାକି ଶରୀର ବୃଦ୍ଧି ଓ ରକ୍ତ ସଞ୍ଚାଳନ ଠିକ୍‌ ରହିଥାଏ । ଏଥିସହ ଉଚ୍ଚତା ବୃଦ୍ଧି ହରମୋନ ଶରୀରରେ ତିଆରି ହୋଇଥାଏ ।
ଷ୍ଟ୍ରେଟିଂ ଏକ୍ସସରସାଇଜ୍‌: ଉଚ୍ଚତା ବଢ଼ାଇବା ଲାଗି ପ୍ରତିଦିନ ୧୫ ମିନିଟ ଷ୍ଟ୍ରେଚିଂ ଏକ୍ସସରସାଇଜ୍‌ କରନ୍ତୁ, ଯଦ୍ୱାରା ମେରୁଦଣ୍ଡ ହାଡ ବଢ଼ିବା ସହ ମଜବୁତ୍‌ ହୋଇଥାଏ । ଏଥିପାଇଁ ସୂର୍ଯ୍ୟ ନମସ୍କାର ଯୋଗ ଲାଭଦାୟକ ମଧ୍ୟ ହେବ ।
ସମ୍ପୂର୍ଣ୍ଣ ନିଦ୍ରା: ଶରୀର ସୁସ୍ଥ ପାଇଁ ଭଲ ଓ ସମ୍ପୂର୍ଣ୍ଣ ନିଦ୍ରା ନିହାତି ଜରୁରୀ । ମୁଣ୍ଡ ତଳ ବଦଳରେ ଆଣ୍ଠୁ ତଳେ ତକିଆ ରଖି ଶୋଇବା ଦ୍ୱାରା ମେରୁଦଣ୍ଡ ସ୍ଥିତି ଠିକ୍‌ ରହିବା ଓ ଏହାର ହାଡ ମଜବୁତ୍‌ ସହ ଷ୍ଟ୍ରେଚ୍‌ ହୋଇଥାଏ । ସେହିପରି ସଠିକ୍‌ ସ୍ଥିତିରେ ଶୋଇଲେ, ପିଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ ।

 

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।