ଏହି କାରଣରୁ ଖରାପ ହୋଇଥାଏ କିଡ୍‌ନୀ, କିପରି ନେବେ ଏହାର ଯତ୍ନ

.

Published On: Dec 29, 2017 06:19 PM IST | Updated On: Dec 29, 2017 06:20 PM IST |   12918

 ଫଟୋ ସୌଜନ୍ୟ-ୟୁସି ନିଉଜ୍‌

ଭାରତରେ  ୭୦ ଲକ୍ଷରୁ ଅଧିକ ଲୋକ କିଡ୍‌ନୀର କୌଣସି ନା କୌଣସି ବେମାରି ଯୋଗୁଁ କଷ୍ଟ ପାଉଛନ୍ତି । ଗୋଟିଏ ଦିନରେ କିଡ୍‌ନୀ ଖରାପ ହୁଏ ନାହିଁ ।  ଧୀରେ ଧୀରେ କିଡ୍‌ନୀ ଖରପା ହୋଇଥାଏ। ଅଧିକାଂଶ ଲୋକ ଏ ବିଷୟରେ ଜାଣି ପାରି ନ ଥାନ୍ତି । ନିମ୍ନରେ ଏ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି କାରମରୁ  ବେଶୀ କିଡ୍‌ନୀ ଖରାପ ହୋଇଥାଏ ।

୧ କିଡ୍‌ନୀ ଖରାପ ହେବାର ସବୁଠାରୁ ବଡ କାରଣ ମଦପାନ । ମଦ ପିଇଲେ ଶୀଘ୍ର କିଡ୍‌ନୀ  ଖରାପ ହୋଇଥାଏ । ଯେଉଁମାନେ ଅତ୍ୟଧିକ ମଦ ପିଇଥାଆନ୍ତି  ସେମାନଙ୍କର କିଡ୍‌ନୀ ଶୀଘ୍ର ଖରାପ ହୋଇଥାଏ। ଅଲକହଲକୁ କିଡ୍‌ନୀ ଛାଣିବାକୁ ଚେଷ୍ଟା କରିଥାଏ। ଅତ୍ୟଧିକ ମଦପିଇଲେ ବୃକକ୍‌ ବା କିଡ୍‌ନୀ ଉପରେ ଚାପ ବୃଦ୍ଧି ପାଏ ।

୨. ପ୍ରଚୁର ପାଣି ନ ପିଇଲେ – ପ୍ରଚୁର ପରିମାଣରେ ପାଣି ନ ପିଇଲେ କିଡ୍‌ନୀ ଖରାପ ହେବାର ସମ୍ଭାବନା ଥାଏ । ପାଣିର ଅବାବ ହେଲେ ଶରୀରରୁ ବିଷାକ୍ତ ପଦାର୍ଥକୁ ଏହା ଠିକ୍‌ ଭାବରେ କାଢି ପାରି  ନ ଥାଏ । ଏଥିପାଇଁ କିଡ୍‌ନୀ ଖରପ ହୋଇଥାଏ ।

୩. ପରିଶ୍ରା ରୋକିକରି ରଖିଲେ – ଅଧିକ ସମୟ ପରିଶ୍ରା ରୋକିକରି ରଖିଲେ କିଡ୍‌ନୀ ଖରାପ ହୋଇଥାଏ । ପରିଶ୍ରାକୁ ଅଧିକ ସମୟ ରୋକି ରଖିଲେ ଏହା କିଡ୍‌ନୀ ଉପରେ ଚାପ ବୃଦ୍ଧି କରେ ଏହା ସହ ବିଷାକ୍ତ ପଦାର୍ଥ ଅଧିକ ସମୟ ଜମି ରହିଥାଏ । ଏଥିଯୋଗୁଁ ପରିଶ୍ରା ଲାଗିଲେ ବେଶୀ ସମୟ ରୋକି ରଖିବା ଉଚିତ୍‌ ନୁହେଁ ।

ଏହି ସବୁ କାରଣ ଯୋଗୁଁ କିଡ୍‌ନୀ ଖରାପ ହୋଇଥାଏ ନଜଜ ଲୋକଙ୍କୁ ଓ ବନ୍ଧୁମାନଙ୍କୁ ନିଶ୍ଚୟ ଏ ବିଷୟରେ ଅବଗତ କରାଇବା ଜରୁରୀ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।