ଜାଣନ୍ତୁ ସଲମାନଙ୍କ ବିଦ୍ୟାଳୟର ସମ୍ପର୍କରେ....

.

Published On: Dec 29, 2017 04:23 PM IST | Updated On: Dec 29, 2017 04:27 PM IST |   1368

ବଲିଉଡର ଦବଙ୍ଗ ଖାନ୍ ଭାବେ ଜଣାଯାଉଥିବା ସଲମାନଙ୍କ ପିଲାଦିନ କିଭଳି ଅତିବାହିତ ହୋଇଥିଲା, ଏ ସଂକ୍ରାନ୍ତରେ ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଉତ୍ସୁକତା ରହିଛି। ଏ ସଂକ୍ରାନ୍ତରେ ସଲମାନଙ୍କ ସାନ ଭାଇ ଅରବାଜ୍ ଗଣମାଧ୍ୟମକୁ ରୋଚକ ତଥ୍ୟ ଅବଗତ କରାଇଛନ୍ତି। ଅରବାଜଙ୍କ ମତରେ, ଭାଇ ବାପାମା’ଙ୍କର ଆଜ୍ଞାଧୀନ ପୁଅ କହିଲେ ଭୁଲ ହେବନାହିଁ। ଅଧିକାଂଶ କଥାକୁ ସେ ନିରବରେ ଗ୍ରହଣ କରନ୍ତି। ପିତା ସଲିମ୍ କଡ଼ା ସ୍ବଭାବର, ହେଲେ ମା’ ସୁଶୀଳା ଚରକ ପୁଅ-ଝିଅଙ୍କ ସବୁ ଭୁଲ ଉପରେ ଘଣ୍ଟ ଘୋଡ଼ାଇବାରେ ଆଦୌ ହେଳା କରନ୍ତିନାହିଁ। ସଲମାନ୍ ଷଷ୍ଠ ଶ୍ରେଣୀର ପରୀକ୍ଷାରେ ସେଭଳି ଭଲ ନମ୍ବର ରଖିନଥିଲେ। ପିତା ସଲିମ୍ ନିଷ୍ପତ୍ତି ନେଲେ ଯେ ଏଥର ସଲମାନ୍-ଅରବାଜ୍ ବୋର୍ଡିଂ ସ୍କୁଲରେ ପଢ଼ିବେ। ମା’ ସୁଶୀଳାଙ୍କ ବ୍ୟତିବ୍ୟସ୍ତତାକୁ ଅଣଦେଖା କରି ପିତା ସଲିମ୍ ଗ୍ବାଲିୟରସ୍ଥିତ ସିନ୍ଧିଆ ସ୍କୁଲରେ ଦୁଇ ଭାଇଙ୍କୁ ଭର୍ତ୍ତି କରାଇଲେ। ୧୯୭୭-୧୯୭୯ ପର୍ୟ୍ୟନ୍ତ ସଲମାନ୍-ଅରବାଜ୍ ଏହି ବିଦ୍ୟାଳୟରେ ପାଠ ପଢ଼ିଥିଲେ। ସେସମୟରେ ଦୁଇ ଭାଇଙ୍କ ବିଦ୍ୟାଳୟ ଫିସ୍ ଥିଲା ପ୍ରାୟ ୨ଲକ୍ଷ ଟଙ୍କା। ଏଠାରେ ପାଠ ପଢ଼ୁଥିବା ସମୟରେ ସଲମାନ୍ ବିଦ୍ୟାଳୟର ସବୁଠୁ ସୁଧାର ତଥା ଉତ୍ତମ ଛାତ୍ର ଭାବେ ଜଣାଯାଉଥିଲେ। ଏବେ ଏହି ସିନ୍ଧିଆ ସ୍କୁଲର ଲୋକପ୍ରିୟତା କିଛି କମ୍ ନାହିଁ। ବର୍ତ୍ତମାନ ଜଣେ ଛାତ୍ର ସେଠାରେ ଭର୍ତ୍ତି ହେବା ପୂର୍ବରୁ ଅଭିଭାବକଙ୍କୁ ୭ଲକ୍ଷ ୭୦ ହଜାର ୮୦୦ ଟଙ୍କା ଜମା କରିବାର ନିୟମ ରହିଛି। ଏହି ବିଦ୍ୟାଳୟକୁ ନେଇ ନିଜ ଅନୁଭୂତି ସମ୍ପର୍କରେ ସଲମାନ କହିଛନ୍ତି, ସେଦିନ ସବୁ ସ୍ମୃତିରେ ରହିଗଲାଣି। ତେବେ ଖୁବ୍ ମଜା କରିଛନ୍ତି ବୋଲି ସଲମାନ୍ କହିଛନ୍ତି। 

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।