କଂସ ଡାକିଲା ରଙ୍ଗସଭା, ଗୋପୀଙ୍କ ବସ୍ତ୍ର ହରିଲେ କଳାକାହ୍ନୁ

ବରଗଡ଼ ଧନୁଯାତ୍ରା

Copy Editor AH | Published On: Dec 29, 2017 02:04 AM IST |   98


ମଥୁରାନଗରୀ  : ଗୋପପୁରରେ କୃଷ୍ଣ-ବଳରାମଙ୍କୁ ହତ୍ୟା କରିବା ଯୋଜନାରେ ବାରମ୍ବାର ବିଫଳ ହେବା ପରେ ମଥୁରା ନରେଶ କଂସର ଚିନ୍ତା ଦ୍ୱିଗୁଣିତ ହୋଇଯାଇଛି। ସେ ଡାକିଛନ୍ତି ରଙ୍ଗସଭା। ସେଠାରେ ଉପସ୍ଥିତ ରାଜନ୍ୟମଣ୍ଡଳୀଙ୍କୁ ଡାକିବାର ଅଭିପ୍ରାୟ ମହାରାଜା କଂସ କହିବାମାତ୍ରକେ ସମସ୍ତ ରାଜାମାନେ ନିଜ ନିଜ ବୀରତ୍ୱ ଓ ପରାକ୍ରମର ଉପାଖ୍ୟାନ ବର୍ଣ୍ଣନା କରିବା ସହିତ ଆଖି ପିଛୁଲାକେ ଗୋପପୁରକୁ ଛୁଟିଯାଇ କୃଷ୍ଣ-ବଳରାମଙ୍କୁ ହତ୍ୟା କରିବାକୁ ଶପଥ ନେଇଛନ୍ତି। କିନ୍ତୁ କୃଷ୍ଣ-ବଳରାମ ବେନିଭାଇଙ୍କ ସହ ଯୁଦ୍ଧ କରି ସମସ୍ତେ ପରାସ୍ତ ହେବାରୁ ଗୋଟିଏ ବି ରାଜା ମଥୁରାକୁ ପ୍ରତ୍ୟାବର୍ତ୍ତନ କରିନାହାନ୍ତି। ଅନ୍ୟପକ୍ଷରେ ଗୋପପୁର ସାଜିଥିବା ଅମ୍ବାପାଲି ଯୋଗୀରାଜ କୃଷ୍ଣଙ୍କ ବାଲ୍ୟଲୀଳାରେ କୃଷ୍ଣମୟ ହୋଇପଡ଼ିଛି। ବାଳକୃଷ୍ଣ କଳାକାହ୍ନୁ ନିଜର ସଖାଙ୍କ ସହିତ ଗୋଗୋଠକୁ ଯାଉଥିବା ସମୟରେ ଯମୁନାଘାଟରେ ସ୍ନାନରତା ଗୋପାଙ୍ଗନାଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ବସ୍ତ୍ର ସବୁକୁ କଦମ୍ବ ଡାଳରେ ନେଇ ଲୁଚାଇ ଦେଇଛନ୍ତି। ଏହି ସମୟରେ କୃଷ୍ଣ ସେମାନଙ୍କୁ କଦମ୍ବ ବୃକ୍ଷ ଉପରୁ ଡାକି ଅନେକ ଭର୍ସନା କରିବା ସହ ନାରୀମାନେ କିପରି ଚଳଣୀରେ ରହିବା ଆବଶ୍ୟକ ତାହା ଶିକ୍ଷା ଦେଇଛନ୍ତି। ଫଳରେ କୃଷ୍ଣଙ୍କଠାରେ ଗୋପୀମାନେ ନିଜର ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା ସହ ବସ୍ତ୍ର ଫେରାଇବାକୁ ନେହୁରା ହୋଇଛନ୍ତି। ପରେ କୃଷ୍ଣ ସେମାନଙ୍କ ବସ୍ତ୍ର ଫେରାଇ ଦେଇଛନ୍ତି। ୨୦୦୩ରୁ ବରଗଡ଼ ଧନୁଯାତ୍ରାରେ ଶଙ୍ଖ ବଜାଇବା ପାଇଁ ଆସୁ୍‌ଛନ୍ତି କଟକ ଜିଲା ବଡମ୍ବା ବ୍ଲକ୍‌ ଖଇରପଙ୍ଗା ଗ୍ରାମର ଶଙ୍ଖୁଆ ନରହରି ଦାଶ। କୃଷ୍ଣବଳରାମଙ୍କ ବାଲ୍ୟଲୀଳା, ଯମୁନା ଆରତୀ, ମଙ୍ଗଳ ଆଳତୀ, କୃଷ୍ଣ ସେବା ତଥା ମହାରାଜ କଂସଙ୍କ ମହାଦେବ ଆରଧନା ସମୟରେ ସପ୍ତଧ୍ୱନୀରେ ଶଙ୍ଖ ବଜାଇଥାନ୍ତି ନରହରି।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।