ରାହୁଲଙ୍କୁ ଦାୟିତ୍ୱ ଦେଇ ଗୋଆରେ ଛୁଟି କାଟୁଛନ୍ତି ସୋନିଆ ଗାନ୍ଧୀ!

.

Copy Editor RRM | Published On: Dec 28, 2017 06:38 PM IST | Updated On: Dec 28, 2017 06:39 PM IST |   1214

ନୂଆଦିଲ୍ଲୀ: ପୁଅ ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଦେଇ ସୋନିଆ ଗାନ୍ଧୀ ଏବେ ଗୋଆରେ ଛୁଟି କାଟୁଛନ୍ତି । ସେ ଗୋଆରେ ସାଇକଲ ଧରି ସୋନିଆ ବୁଲୁଥିବା ନେଇ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଛି । ୧୯ ବର୍ଷ ଧରି କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଏଇ ନିକଟରେ ସେ ରାହୁଲଙ୍କୁ ଦାୟିତ୍ୱ ଦେଇଛନ୍ତି । ଖ୍ରୀଷ୍ଟମାସ ପର ଦିନ ସୋନିଆ ଗୋଆରେ ପହଞ୍ଚିଥିଲେ । ଗୁରୁବାର କଂଗ୍ରେସ ୧୩୩ତମ ପ୍ରତିଷ୍ଠା ଦିବସ ସମାରୋହରେ ସୋନିଆ ଅନୁପସ୍ଥିତ ରହିଥିବାବେଳେ ରାହୁଲ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଥିଲେ । ସୂଚନାଯୋଗ୍ୟ, ୪୭ ବର୍ଷୀୟ ରାହୁଲ ଗତ ୧୬ ଡିସେମ୍ବରରେ ଦଳର ଅଧ୍ୟକ୍ଷ ରୂପେ ମା’ଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ସମ୍ମୁଖୀନ ହୋଇଥିଲେ । ଦୁଇଟି ଯାକ ରାଜ୍ୟରେ କଂଗ୍ରେସ ହାରିଥିଲେ ମଧ୍ୟ ରାହୁଲ ଦଳର ପ୍ରଦର୍ଶନ ନେଇ ବାରମ୍ବାର ସମୀକ୍ଷା କରି ଆସୁଛନ୍ତି ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।