ଶୀତରେ ହୃଦ୍‌ଘାତ ଆଶଙ୍କା ଅଧିକ

.

Published On: Dec 28, 2017 12:29 PM IST |   1240

ବିଶେଷଜ୍ଞଙ୍କ ସର୍ବେକ୍ଷଣରୁ ପ୍ରକାଶିତ ଯେ ଅନ୍ୟ ଋତୁ ତୁଳନାରେ ଶୀତଋତୁରେ ହୃଦଘାତରେ ଅଧିକ ଲୋକ ପ୍ରାଣ ହରାଇଥାନ୍ତି। ଥଣ୍ଡା ପରିବେଶ କାରଣରୁ ଲୋକେ ଏଭଳି ରୋଗରେ ପ୍ରାଣ ହରାଉଥିବାର ଜଣାପଡ଼ିଛି। ନ୍ୟୁଜିଲାଣ୍ଡର ଗବେଷକଦଳ ଏ ନେଇ ବିଭିନ୍ନ ତଥ୍ୟ ସାଧାରଣଲୋକଙ୍କୁ ଅବଗତ କରାଇଛନ୍ତି।

ପ୍ରତ୍ୟେକ ବୟସର ଲୋକେ ନିଜର ସାମାନ୍ୟ ଯତ୍ନ ନେଲେ ହୃଦ୍‌ଘାତର ଆଶଙ୍କାକୁ ଏଡ଼ାଇ ପାରିବେ । ଶୀତରେ ଗରମ ପୋଷାକରେ ନିଜ ଶରୀରକୁ ଆବୃତ୍ତ କରିରଖିବେ । ମୁଣ୍ଡରେ ସ୍କାର୍ଫ ବାନ୍ଧନ୍ତୁ ନଚେତ୍ କ୍ୟାପ୍ ପିନ୍ଧିନେବା ଉଚିତ ।

ନିଜ କକ୍ଷକୁ ଉଷୁମ ରଖିବାକୁ ଚେଷ୍ଟା କରନ୍ତୁ । ଯେପରିକି ରୁମ୍ ହିଟରର ବ୍ୟବହାର କରିପାରିବେ ।

ଶୀତରେ ନିୟମିତ ଭାବେ ଗରମ ଖାଦ୍ୟ ଖାଇବା ଉଚିତ । ଯଦିବା ଖାଦ୍ୟ ଥଣ୍ଡା ହୋଇଯାଉଛି, ଗ୍ୟାସ୍ ପରିବର୍ତ୍ତେ ମାଇକ୍ରୋୱେଭରେ ଖାଦ୍ୟ ଗରମ କରି ଖାଇ ପାରିବେ । ଏହା ସ୍ବାସ୍ଥ୍ୟ ପାଇଁ ଆଦୌ ହାନିକାରକ ନୁହେଁ ।

ଏହି ଋତୁରେ ମଦ୍ୟପାନ ଓ ଧୂମପାନଠାରୁ ଯଥେଷ୍ଟ ଦୂରେଇ ରୁହନ୍ତୁ । ଏହା କାରଣରୁ ମଧ୍ୟ ହୃଦଘାତ ହେବାର ଆଶଙ୍କା ରହିଛି ।

ଦୈନିକ ସକାଳେ ୧୫ ରୁ ୨୦ ମିନିଟ୍ ଖରାରେ ବସିବା ଉଚିତ । ଏପରି କଲେ ଶରୀରରୁ କୋଲେଷ୍ଟରଲ୍ କମ୍ ହେବା ସହ ହୃଦଘାତର ଆଶଙ୍କା ମଧ୍ୟ କମ୍ ହେବ ।   

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।