ବିରୁଷ୍କାଙ୍କ ଦାମୀ ରିସେପ୍ସନ୍ ପୋଷାକ

.

Published On: Dec 28, 2017 12:12 PM IST |   2102

କ୍ରିକେଟ ଖେଳାଳି ବିରାଟ୍ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ସୁଦୂର ଇଟାଲୀରେ ବର୍ଣ୍ଣାଢ଼୍ୟ ବିବାହ କରିବା ଇତିମଧ୍ୟରେ ଦିଲ୍ଲୀ ଓ ମୁମ୍ବଇରେ ଭବ୍ୟଭୋଜିର ଆୟୋଜନ ଶେଷ କରିଛନ୍ତି। ଡିସେମ୍ବର ୨୬ରେ ମୁମ୍ବଇର ସେଣ୍ଟ ରେଗିସ୍ ହୋଟେଲରେ ଦୁହିଁଙ୍କ ରିସେପ୍ସନ୍ ଆୟୋଜିତ ହୋଇଥିଲା। ଦିଲ୍ଲୀ ରିସେପ୍ସନରେ ଅନୁଷ୍କାଙ୍କ ଲାଲ ରଙ୍ଗର ଶାଢ଼ିରେ ଭାରତୀୟ ନବବଧୂ ବେଶ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ମୁମ୍ବଇ ରିସେପ୍ସନ୍ ନିମନ୍ତେ ଅନୁଷ୍କା ଡିଜାଇନର ସବ୍ୟସାଚୀଙ୍କ ସହାୟତା ନେଇଥିଲେ। ସ୍ମୋକି ଗ୍ରେ ରଙ୍ଗର ଲହଙ୍ଗା ସହ ହାତତିଆରି ଗହଣା ପିନ୍ଧିଥିଲେ ଅନୁଷ୍କା। ଏସବୁ ଲକ୍ଷ୍ନୌରୁ ବିଶେଷ ଭାବେ ପ୍ରସ୍ତୁତ ହୋଇଆସିଥିଲା। ସବ୍ୟସାଚୀ କ୍ରିକେଟ୍ ତାରକା ବିରାଟଙ୍କ ପୋଷାକ ମଧ୍ୟ ଡିଜାଇନ୍ କରିଥିଲେ। ବିବାହର ୧ ମାସ ପୂର୍ବରୁ ଉଭୟ ବିରାଟ୍-ଅନୁଷ୍କାଙ୍କ ପୋଷାକ ପ୍ରସ୍ତୁତ ହୋଇଥିବାବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବାର ଜଣାପଡ଼ିଛି। ବଲିଉଡ କଳାକାରମାନେ ଏହି ରିସେପ୍ସନରେ ଉପସ୍ଥିତ ରହି ନବବିବାହିତଙ୍କୁ ଶୁଭକାମନା ଜଣାଇଥିଲେ। ବିରୁଷ୍କା(ବିରାଟ୍-ଅନୁଷ୍କା) ଏବେ ଦକ୍ଷିଣ ଆଫ୍ରିକା ଯିବାର ଯୋଜନା ରହିଛି। ସେଠାରେ ନୂଆ ବର୍ଷ ପାଳନ କରିବା ପରେ ଅନୁଷ୍କା ମୁମ୍ବଇ ଫେରି ନିଜ ସୁଟିଂରେ ଯୋଗ ଦେବେ। ଏହା ସହ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପରୀ’ର ପ୍ରଚାର କାମ ମଧ୍ୟ ଜୋରସୋରରେ ଆରମ୍ଭ ହେବ ବୋଲି ପ୍ରକାଶ। 

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।