ପୁଲିସ କାର୍ଯ୍ୟାଳୟରେ ଗିରଫ ମାଓବାଦୀଙ୍କ ଆତ୍ମହତ୍ୟା

.

Published On: Dec 28, 2017 11:41 AM IST | Updated On: Dec 28, 2017 11:46 AM IST |   197

ମାଲକାନଗିରି: ଗୁରୁବାର ମାଲକାନଗିରି ପୁଲିସ କାର୍ଯ୍ୟାଳୟରେ ଜଣେ ଗିରଫ ମାଓବାଦୀ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସୌଚ ପାଇଁ ପୁଲିସ କାର୍ଯ୍ୟାଳୟରେ ଥିବା ପାଇଖାନାକୁ ଯାଇ ସେଠାରେ ମାଓବାଦୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ମୃତ ମାଓବାଦୀ ଜଣଙ୍କ ହେଲେ ଚନ୍ଦ୍ରାଗୁଡା ଗାଁର ସୋମା କବାସୀ (୩୦) ।

ସୂଚନାଯୋଗ୍ୟ, ଗତକାଲି ମାଲକାନାଗିରି ପୁଲିସ ୧୨ ଜଣ ମାଓବାଦୀଙ୍କୁ ଗିରଫ କରିଥିଲା। ସୋମନଙ୍କ ମଧ୍ୟରେ ସୋମା କବାସୀ ମଧ୍ୟ ଥିଲେ। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲଣ କରିବା ପୂର୍ବରୁ ସୋମା କବାସୀ ଶୌଚ ହେବା ପାଇଁ କହି ପାଇଖାନାକୁ ଯାଇଥିଲେ । ବହୁତ ସମୟ ବିତି ଯାଇଥିଲେ ମଧ୍ୟ ସେ ବାହାରକୁ ନ ଆସିବାରୁ ପୁଲିସ ପକ୍ଷରୁ ପାଇଖାନା କବାଟ ଭଙ୍ଗା ଯାଇଥିଲା। ପରେ ପାଇଖାନା ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।