କୃଷ୍ଣଙ୍କ କାଳୀୟଦଳନ

ବରଗଡ଼ ଧନୁଯାତ୍ରା

Copy Editor AH | Published On: Dec 28, 2017 05:15 AM IST |   156


ବରଗଡ଼  : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଞ୍ଚମ ସନ୍ଧ୍ୟାରେ ଆଜି ଅଭିନୀତ ହୋଇଛି ଶ୍ରୀକୃଷ୍ଣଙ୍କ କାଳୀୟ ଦଳନ। ଅପର ପକ୍ଷରେ କୃଷ୍ଣ ବଳାରାମଙ୍କ ହାତରେ ଗୋଟିକ ପରେ ଗୋଟିଏ ରାକ୍ଷସରାକ୍ଷସୀ ନିହତ ହେଉଥିବାରୁ ମହାରାଜ କଂସ ମର୍ମାହତ ହୋଇ ପଡ଼ିଛନ୍ତି। ଅପର ପକ୍ଷରେ ଧନୁଯାତ୍ରା ଯୋଗୁ ବରଗଡ଼ ହୋଇପଡ଼ିଛି ଜନସମୁଦ୍ର।


ରଙ୍ଗମଞ୍ଚରେ ମହାରାଜ କଂସ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିବାରୁ ରାଜକାର୍ଯ୍ୟ ପରିଚାଳନାରେ ବିଫଳ ହୋଇ ପଡ଼ିଛନ୍ତି। ଗୋପପୁରର ନନ୍ଦଉଆସରେ ବଢ଼ୁଥିବା କୃଷ୍ଣବଳରାମ ତାଙ୍କ ମୃତ୍ୟୁର କାରଣ ସାଜିଥିବାରୁ ବେନିଭାଇଙ୍କୁ ହତ୍ୟା କରିବାକୁ ମହାରାଜ ଷଡ଼ଯନ୍ତ୍ର ରଚନା କରିଛନ୍ତି। ମାତ୍ର ମହାରାଜଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଯାଇଥିବାରୁ ତାଙ୍କ ମତିଭ୍ରମ ହୋଇପଡ଼ିଛି। ମହାରାଜ କଂସ ଅପରାହ୍ନରେ ଦିଗବିଜୟରେ ବାହାରି ବରଗଡ଼ ନିକଟସ୍ଥ ବ୍ରହ୍ମଚାରୀ ଗ୍ରାମକୁ ଯାଇ ପ୍ରଜାଙ୍କ ଦୁଃଖସୁଖ ବୁଝିଛନ୍ତି । ଦିଗବିଜୟରୁ ଫେରି ରାଜଦରବାରକୁ ପହଞ୍ଚିବା ମାତ୍ରେ ତାଙ୍କ କର୍ଣ୍ଣପଟଳରେ ଗୁଞ୍ଜରିତ ହୋଇଛି ବିଜୁଳି କନ୍ୟାର ଶୂନ୍ୟବାଣୀ । ରାଣୀ ପଦ୍ମାବତୀ ପାଳିବାକୁ ଥିବା ଧନ୍ୱନ୍ତରୀ ଓଷା ପାଇଁ ଆବଶ୍ୟକ ଏକ ଲକ୍ଷ ପଦ୍ମଫୁଲ ତୋଳି ଆଣି ଦେବାକୁ ସେ ନନ୍ଦରାଜାଙ୍କୁ ଚିଟାଉ ଲେଖିଛନ୍ତି। ପଦ୍ମଫୁଲ ସଂଗ୍ରହ କରିବା ପାଇଁ କୃଷ୍ଣ ବଳରାମ କାଳିନ୍ଦୀ ହ୍ରଦକୁ ପ୍ରବେଶ କରିଛନ୍ତି। କଂସ ରାଜା ବିଷଧର କାଳୀୟ ନାଗକୁ କାଳିନ୍ଦୀ ହ୍ରଦକୁ ପ୍ରେରଣ କରିଛନ୍ତି ବେନିଭାଇଙ୍କୁ। ବାଲ୍ୟଲୀଳା ଯୋଗୁ କୃଷ୍ଣମୟ ହୋଇପଡ଼ିଛି ସମଗ୍ର ଗୋପପୁର। ବାଳ କୃଷ୍ଣଙ୍କ ଦୁଷ୍ଟାମୀ ମଧ୍ୟ ବଢ଼ିବାକୁ ଲାଗିଛି । ସେ ଘରେ ଘରେ ପଶି କ୍ଷୀର ଲବଣୀ ଚୋରାଇ ଖାଉଛନ୍ତି ଓ ଦହି ମାଠିଆ ଭାଙ୍ଗୁଛନ୍ତି। ଗୋପପୁରର ଗୋପାଙ୍ଗନାମାନେ ଯମୁନାନଦୀ ପାରି ହୋଇ ମଥୁରାରେ ବୁଲି ବୁଲି ଦହି ବିକୁଥିବା ଦୃଶ୍ୟ ବେଶ ମଧ୍ୟ ଆଜି ବେଶ ଆକର୍ଷଣୀୟ ହୋଇଥିଲା।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।