ପୂର୍ବତନ ମନ୍ତ୍ରୀ ଦାମଙ୍କ ସପକ୍ଷରେ ସିପିଆଇ ଆଦିବାସୀ ଚାଷୀମୂଲିଆ ସଂଘ

ବହିଷ୍କାରକୁ ବିରୋଧ , ବିଭିନ୍ନ ସ୍ଥାନରେ ଲଗାଇଲେ ବ୍ୟାନର

Copy Editor AH | Published On: Dec 28, 2017 01:04 AM IST |   169


 ବିଷମକଟକ/ମୁନିଗୁଡା/ଅମ୍ବାଦଳା  : କ୍ୟାବିନେଟ ମନ୍ତ୍ରିମଣ୍ଡଳ ଓ ଦଳୀୟ ଉପ ସଭାପତି ପଦରୁ ଡ. ଦାମୋଦର ରାଉତଙ୍କୁ ବହିଷ୍କାର ବିରୋଧରେ ସ୍ଥାନୀୟ ଅଞ୍ଚଳରେ ସ୍ୱର ଉତ୍ତୋଳନ ହୋଇଛି। ବୁଧବାର ସିପିଆଇ ଆଦିବାସୀ ଚାଷୀ ମୂଲିଆ ସଙ୍ଘ ନାମରେ ଏଠାରେ ଅନେକ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଦେଖିବାକୁ ମିଳିଛି। ରାୟଗଡା ଜିଲାର ବିଷମକଟକ, ଅମ୍ବାଦଳା ଓ ମୁନିଗୁଡା ଅଞ୍ଚଳରେ ଲାଗିଥିବା ଏହି ପୋଷ୍ଟରରେ ଶ୍ରୀ ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯାଇଛି। ଶ୍ରୀ ରାଉତ ଆଦିବାସୀଙ୍କ ନେତା ଓ ଭଗବାନ ବୋଲି ବ୍ୟାନରରେ ଦର୍ଶାଯାଇଛି। ଅମ୍ବାଦଳା ଥାନା ଅନ୍ତର୍ଗତ ଅମ୍ଳାଭାଟ ଗ୍ରାମ ପଞ୍ଚାୟତସ୍ଥିତ ମସଜିଦ ନିକଟ, ମୁନିଗୁଡା ଏନଆରଏଲ ପେଟ୍ରୋଲ ପମ୍ପ ନିକଟ ଏକ ଗଛରେ ଏହି ପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ ଆଦିବାସୀ ଓ ଚାଷୀ ମୂଲିଆ ସଙ୍ଘର ଏପରି ବ୍ୟାନର ପ୍ରଥମଥର ପାଇଁ ଏଠାରେ ଦେଖିବାକୁ ମିଳିଛି। ବ୍ୟାନନରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଏହା ବ୍ୟତୀତ ଗରିବ, ଦଳିତ ଓ ଆଦିବାସୀଙ୍କ ଅର୍ଥ ହରିଲୁଟ କରିଥିବା ଚିଟଫଣ୍ଡ କମ୍ପାନୀଗୁଡିକ ସହ ଜଡିତ ଦଳର ତିନି ହେଭିୱେଟ ନେତା ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଓ ଦେବାଶିଷ ସାମନ୍ତରାୟଙ୍କୁ କିପରି ଦଳରେ ରଖା ଯାଇଛି ସେ ନେଇ ବ୍ୟାନରରେ ପ୍ରଶ୍ନ କରାଯାଇଛି। ଏହି ତିନି ନେତାଙ୍କୁ ଆଗାମୀ ଦିନରେ ଦଳରୁ ବିତାଡିତ କରା ନଗଲେ 
ଶ୍ରୀ ରାଉତଙ୍କୁ ସମ୍ମାନ ଜଣାଇ ୬ହଜାର ଆଦିବାସୀ ଚାଷୀ ମୂଲିଆ ଏକାଠି ହୋଇ ନବୀନ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ କୁହାଯାଇଛି। ଏହି ଚାଷୀ ମୂଲିଆମାନେ ବିଜେପିରେ ସାମିଲ ହେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଅମ୍ବାଦଳାରେ ଏପରି ବ୍ୟାନର ଦେଖି ଲୋକେ ହତଚକିତ ହୋଇଛନ୍ତି। ଖବର ପାଇ ଅମ୍ବାଦଳା ଆଇଆଇସି ରେଣୁକା ସୁନା ଘଟଣାସ୍ଥଳରେ ପହଞ୍ଚି ବ୍ୟାନରକୁ ବାହାର କରିବା ସହ ଏହାକୁ ଜବତ କରିଛନ୍ତି।


ଏ ସମ୍ପର୍କରେ ଆଇଆଇସିଙ୍କୁ ପଚାରିବାରୁ ଏହା ଏକ ସମ୍ବେଦନଶୀଳ ଘଟନା ହୋଇଥିବା ବେଳେ ଏହା ଉପରେ ଗୁରୁତ୍ୱ ଦିଆଯାଇ ତଦନ୍ତ ଚାଲୁଛି ବୋଲି କହିଛନ୍ତି। ଲାଲ ରଙ୍ଗର ଏହିସବୁ ବ୍ୟାନରରେ ଶ୍ରୀ ରାଉତ ଆଦିବାସୀମାନଙ୍କ ନେତା ସେମାନଙ୍କୁ ସହାୟତା ପ୍ରଦାନ କରିଆସୁଥିବା କୁହାଯାଇଛି। ମାଲକାନଗିରିଠାରେ ମାଲ୍ୟବନ୍ତ ଅବସରରେ ଶ୍ରୀ ରାଉତ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆଦିବାସୀଙ୍କ ପାଇଁ ବହୁତ ଉପାଦେୟ କଥା କହିଥିବା ବ୍ୟାନରରେ ଦର୍ଶାଯାଇଛି। ରାୟଗଡା ଜିଲାରେ ଏପରି ବ୍ୟାନର ସମ୍ପର୍କରେ ରାୟଗଡା ଅତିରିକ୍ତ ଏସ୍‌ପି ୱାଇ. ଜଗନ୍ନାଥ ରାଓଙ୍କୁ ପଚାରିବାରୁ ଏହା କୌଣସି ମାଓ ସଂଗଠନର କାମ ନୁହେଁ ବରଂ ଅନ୍ୟ କୌଣସି ସଂଗଠନ ଏଭଳି କାର୍ଯ୍ୟ କରିଥାଇ ପାରନ୍ତି ବୋଲି କହିଛନ୍ତି। ପୁଲିସ ଏହାକୁ ଗୁରୁତ୍ୱ ସହ ତଦନ୍ତ କରୁଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବ ଅବସରରେ ଶ୍ରୀ ରାଉତ ବ୍ରାହ୍ମଣଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପଦକ୍ଷେପ ନେଇଥିଲେ। ଏହା ସାରା ରାଜ୍ୟରେ ଚହଳ ପକାଇଥିଲା।
ବହିଷ୍କାରକୁ

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।