ଦାରିଙ୍ଗବାଡ଼ିରେ ତୁଷାରପାତ

ଦାରିଙ୍ଗବାଡ଼ିରେ ତୁଷାରପାତ

Copy Editor AH | Published On: Dec 28, 2017 12:52 AM IST |   91


ବାଲିଗୁଡ଼ା/ଦାରିଙ୍ଗବାଡ଼ି : ଜାଡ଼ରେ ଥରୁଛି କନ୍ଧମାଳ। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିରେ ବୁଧବାର ସକାଳୁ ପୁଣି ଥରେ ତୁଷାରପାତ ହୋଇଛି। ସରକାରୀ ସୂଚନା ଅନୁଯାୟୀ ଦାରିଙ୍ଗବାଡ଼ିରେ ବୁଧବାର ସର୍ବନିମ୍ନ ତାପମାତ୍ରା ୩.୫ ରହିଥିଲା। ଦାରିଙ୍ଗବାଡ଼ି ସମେତ ବ୍ଲକର କିଲାବାଡ଼ି, ପ୍ଲିହେରୀ,ଡବେରୀ, ସ୍‌ରାନିକେତା, ପର୍ତ୍ତମାହା ଆଦି ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଥିଲା। ଏହାକୁ ଦେଖିବାକୁ ସକାଳୁ ସକାଳୁ ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲାା ଅସହ୍ୟ ଜାଡ଼ ଓ ଘନ କୁହୁଡ଼ି ଯୋଗୁଁ ଲୋକେ ଘରୁ ବାହାରି ପାରୁନାହାନ୍ତି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳରେ ବାଧା ଉପୁଜୁଛି। ସେହିପରି ଜିଲାର ବାଲିଗୁଡ଼ା, ନୂଆଗାଁ, ତୁମୁଡ଼ିବନ୍ଧ, ବେଲଘର ଆଦି ଅଞ୍ଚଳରେ ମଧ୍ୟ ଭୀଷଣ ଥଣ୍ଡା ଅନୁଭୂତ ହେଉଛି। ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନକୁଦିନ ପାରଦ ଖସୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସନ୍ଧ୍ୟାରୁ ରାତି ଏବଂ ସକାଳ ୧୦ଟା ପର୍ଯ୍ୟନ୍ତ ଲୋକମାନେ ନିଆଁ ପାଖରେ ବସି ରହୁଛନ୍ତି। ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନରେ ଦେହହାତ କାଲୁଆ ମାରୁଛି। ସୂଚନାଯୋଗ୍ୟ ଯେ ୧୯ ତାରିଖରେ ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଥିଲା।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।