ଅସମ୍ଭାଳ ଜାଡ଼ ; ଦାରିଙ୍ଗବାଡ଼ିରେ ୩.୫ଡ଼ିଗ୍ରୀ

ଅସମ୍ଭାଳ ଜାଡ଼ ; ଦାରିଙ୍ଗବାଡ଼ିରେ ୩.୫ଡ଼ିଗ୍ରୀ

Copy Editor AH | Published On: Dec 27, 2017 11:19 PM IST |   232


ଭୁବନେଶ୍ୱର : ଫେରିଛି ଜାଡ଼ । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁ ଅଞ୍ଚଳ ଏବେ ପ୍ରଚଣ୍ଡ ଜାଡ଼ରେ ଥରୁଛି । ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ କମିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ପାରଦ ସବୁଠୁ କମ ୩.୫ଡ଼ିଗ୍ରୀ ସେଲସିୟସ ଦାରିଙ୍ଗବାଡ଼ିରେ ରେକର୍ଡ଼ କରାଯାଇଛି । ଦେଶର ଅନ୍ୟାନ୍ୟ ଅଞ୍ଚଳଠାରୁ ଦାରିଙ୍ଗବାଡ଼ିର ପାରଦ ସବୁଠୁ ତଳେ ରହିଛି । ଏହା ଉପରକୁ ରହିଛି ପୂର୍ବ ରାଜସ୍ଥାନର ଭିଲୱାରା ଅଞ୍ଚଳ । ଏଠାରେ ସର୍ବନିମ୍ନ ତାପମାତ୍ରା ୩.୮ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଫୁଲବାଣୀରେ ବି ରାତିର ପାରଦ ୪ଡ଼ିଗ୍ରୀକୁ ଖସିଛି । ଅସମ୍ଭାଳ ଜାଡ଼ ପାଇଁ ଏଠାରେ ସ୍ୱାଭାବିକ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି । ଦିନରାତି ଥଣ୍ଡା ଲାଗିରହିଛି । ଆସନ୍ତା ୨୪ଘଣ୍ଟା ଓଡ଼ିଶା ଏବଂ ତେଲଙ୍ଗାନାରେ ଶୀତ ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଦେଇଛି ।


ରାଜ୍ୟର ୧୦ଟି ପାଣିପାଗ ଷ୍ଟେସନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀରୁ ତଳେ ରହିଛି । ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଭବାନିପାଟଣା, ଅନୁଗୋଳ ଓ ବଲାଙ୍ଗିରରେ ପାରଦ ୮ରୁ ୯ଡ଼ିଗ୍ରୀକୁ ଖସିଥିବାବେଳେ କୋରାପୁଟରେ ୯.୬ଡ଼ିଗ୍ରୀ ରହିଛି । ଢ଼େଙ୍କାନାଳ, କଟକ,ବାଲେଶ୍ୱର ଓ କେନ୍ଦୁଝରଗଡ଼ରେ ୧୦ରୁ ୧୧ଡ଼ିଗ୍ରୀ ମଧ୍ୟରେ ଥିବାବେଳେ ଭୁବନେଶ୍ୱର, ଚାନ୍ଦବାଲିରେ ୧୧ରୁ ୧୨ ଡ଼ିଗ୍ରୀ ମଧ୍ୟରେ ରହିଛି ।
ବିଶେଷ କରି କଟକରେ ଚଳିତ ଋତୁର ପାରଦ ସବୁଠୁ କମ ୧୧ଡ଼ିଗ୍ରୀକୁ ଖସିଥିବାବେଳେ ରାଜଧାନୀରେ ବି ସେଇ ଏକା ଅବସ୍ଥା । ଏଠାରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୧୧.୮ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ।


ପାରାଦ୍ୱୀପ ଓ ପୁରୀକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ପାଣିପାଗ କେନ୍ଦ୍ର ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ଡ଼ିଗ୍ରୀ ସେଲସିୟସ ତଳକୁ ଖସିଛି ।
ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଅନୁଭୂତ ହେଉଛି । ୨୯ ଓ ୩୦ରେ ଉପକୂଳ ଓଡ଼ିଶାରେ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ସାଗରରେ ଟ୍ରଫଲାଇନ ଥିବାବେଳେ ୩୦ ଓ ୩୧ରେ ବଙ୍ଗୋପସାଗରର ପୂର୍ବରୁ ପଶ୍ଚିମ ତରଙ୍ଗାୟିତ ପବନ ପ୍ରଭାବରେ ବର୍ଷା ହୋଇପାରେ । ମାତ୍ର ବର୍ଷା ସମୁଦ୍ରରେ ହେବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ନୂଆବର୍ଷରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଥଣ୍ଡା ପ୍ରଭାବ ସାମାନ୍ୟ କମିବାର ସମ୍ଭାବନା ଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରେ ୧ରୁ ୩ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସୀମିତ ରହିପାରେ ବୋଲି କୁହାଯାଇଛି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।