ମା ଓ ଝିଅ ହତ୍ୟା ପ୍ରସଙ୍ଗ: ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ହତ୍ୟା

ବନ୍ଧୁତ୍ୱରେ ବିଶ୍ୱାସଘାତକତା

Copy Editor AH | Published On: Dec 27, 2017 11:08 PM IST |   277


ସୁନ୍ଦରଗଡ଼ : ବନ୍ଧୁତ୍ୱର ନିଦର୍ଶନକୁ ନେଇ ବହୁ ଚଳଚିତ୍ର ଓ ନାଟକ ପ୍ରଦର୍ଶିତ ହୋଇଥିଲେ ହିଁ ଏହା ଦର୍ଶକ ମହଲକୁ ବେଶ ଆକର୍ଷିତ ଓ କିଛି ଶିକ୍ଷା ପ୍ରଦାନର ସନ୍ଦେଶ ଦେଇଥାଏ ମାତ୍ର ବନ୍ଧୁତ୍ୱରେ ବିଶ୍ୱାସଘାତକୁ ସମାଜ କେବେ ବି ଗ୍ରହଣ କରିନଥାଏ । ମଙ୍ଗଳବାର ହେମଗିର ଥାନା ଅନ୍ତର୍ଗତ ଟିକିଲିପଡ଼ାର ମସିନାଢ଼ିପା ଗ୍ରାମରେ ସଂଘଠିତ ନିର୍ମମ ହତ୍ୟା ଘଟଣାରେ ଅଭିଯୁକ୍ତ ଯେ ଅତି ନିକଟତମ ବ୍ୟକ୍ତି ହୋଇଥିଲେ ଓ ଏଭଳି ଜଘନ୍ୟ ହତ୍ୟା କାଣ୍ଡ ଘଟାଇଥିଲେ ତାହା କେହି ସହଜରେ ଗ୍ରହଣ କରି ପାରିନଥିଲେ ମଧ୍ୟ ସୁନ୍ଦରଗଡ଼ ପୁଲିସ ୨୪ଘଣ୍ଟା ନପୁରୁଣୁ ଏହି ହତ୍ୟା କାଣ୍ଡର ଅସଲ ରହସ୍ୟ ଉପରୁ ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି ।


ହତ୍ୟାକାରୀ ସଲିଲ ଭେଙ୍ଗ୍ରାକୁ ପୁଲିସ ଝାରଖଣ୍ଡ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗିରଫ କରି ତାଠାରୁ ହତ୍ୟାକାଣ୍ଡ ସଂପର୍କରେ ସ୍ୱିକାରୋକ୍ତି ଶୁଣି ଆଶ୍ଚାର୍ଯ୍ୟ ହୋଇଯାଇଥିଲା ହେଲେ ପୁଲିସର ସନ୍ଦେହ ପ୍ରମାଣିତ ହୋଇଥିଲା । ପୁଲିସ ସୂତ୍ରରୁ ପ୍ରକାଶ, ଗତ ୨୫/୨୬ ରାତିରେ ହେମଗିର ଥାନା ଅନ୍ତର୍ଗତ ମସିନାଢ଼ିପାରେ ଜେସିପି ଚାଳକ ପାଟ୍ରୀକ ମିଞ୍ଜ(୩୨) ନିଜ ପରିବାର ସହ ରହି ଆସୁଥିଲେ । ପରିବାର କହିଲେ ତାର ପତ୍ନୀ ନଦିଆ ମିଞ୍ଜ, ଝିଅ ସ୍ମୃତି(୬) ଓ ପୁଅ ସୁରତ(୨) । ୨୫ ତାରିଖ ଦିନ ପାଟ୍ରୀକ ନିଜ କାର୍ଯ୍ୟ କରିବା ପାଇଁ କଲଡ଼ା ଖଣିକୁ ଚାଲିଯାଇଥିଲା । ପାଟ୍ରୀକର ଖଣି ଅଞ୍ଚଳ ଯିବା ଓ ରାତିରେ ଘରକୁ ନ ଫେରିବା ସଂପର୍କରେ ତାର ବନ୍ଧୁ ସଲିଲ ପୂର୍ବରୁ ଜାଣିପାରି ତାକୁ ବାରମ୍ବାର ଫୋନ କରି ତାର ଅବସ୍ଥିତ ସଂପର୍କରେ ନିଶ୍ଚିତ ହୋଇଥିଲା । ବଡ଼ଦିନ ଥିବାରୁ ପାଟ୍ରୀକ ପରିବାରର ଆଖପାଖରେ ନାଚଗୀତ ଚାଲିଥିଲା ଓ ଅଧାରୁ ସଲିଲ ପ୍ରାୟ ରାତି ୧୧ଟା ବେଳେ ସେଠାରୁ ଆସି ପାଟ୍ରୀକ ଘରେ କବାଟ ବାଡ଼େଇଥିଲା ଫଳରେ ପତ୍ନୀ ନଦିଆ କବାଟ ଖୋଲିଥିଲେ । ଘର ସଂଲଗ୍ନ ବାରଣ୍ଡାରେ ସଲିଲ ନଦିଆକୁ ପ୍ରେମ ନିବେଦନ କରିବାରୁ ନଦିଆ କୁଆଡ଼େ ତୀବ୍ର ବିରକ୍ତି ପ୍ରକାଶ କରିଥିଲା ମାତ୍ର ମନ୍ଦ ଉଦେଶ୍ୟ ରଖିଥିବା ସଲିଲକୁ ଏହା ଉତକ୍ଷିପ୍ତ କରିଦେଇଥିଲା ଫଳରେ ସେ ନଦିଆର ତଣ୍ଟି ଚିପି ଦେବା ପରେ ଘର ଭିତର ଖଟ ଉପରେ ଶୁଆଇ କମ୍ବଲ ଘୋଡ଼ାଉଥିବା ବେଳେ ଝିଅ ସ୍ମୃତି ନିଦରୁ ଉଠିଯାଇଥିଲା । ଏତେ ରାତିରେ ସଲିଲର କଠୋରି ଭିତରେ ପ୍ରବେଶକୁ ଦେଖି ଚିତ୍କାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଲିଲ ତତକ୍ଷଣାତ ତାର ତଣ୍ଟି ଚିପି ଦେଇଥିଲା । ତଣ୍ଟି ଚିପି ଦେବାରୁ ତାର ନାକରୁ ରକ୍ତ ବାହାରି ସେ ଖଟ ଉପରେ ହିଁ ମରିଯାଇଥିଲା । ଏ ଦୁଇ ହତ୍ୟା କାଣ୍ଡ ଘଟାଇବା ପରେ ପୁଅ ସୁରତ ମଧ୍ୟ ଉଠିଯାଇଥିଲା ମାତ୍ର ତାକୁ ସେ ଆହତ କରି ତର ତର ହୋଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସକାଳୁ ପାଟ୍ରୀକ କାର୍ଯ୍ୟ ସାରି ଘରକୁ ଫେରି ଏ ଘଟଣା ପୁଲିସକୁ ଜଣାଇଥିଲା । ସୁନ୍ଦରଗଡ଼ ଏସ.ପି ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ଆରମ୍ଭ କରାଯାଇ ମୋବାଇଲ କଲରୁ ପୁଲିସ ସଲିଲକୁ ସନେ୍ଦହର ଘେରକୁ ଆଣି ତାକୁ ଗିରଫ କରିବା ପାଇଁ ଉଦ୍ୟମ କଲା ବେଳେ କୌଣସି ସୂତ୍ରରୁ ଖବର ପାଇ ସେ ଝାରଖଣ୍ଡ ଅଭିମୁଖେ ଯାଉଥିବା ବେଳେ ଅତିରିକ୍ତ ଏସ.ପି ରବିନାରାୟଣ ବାରିକଙ୍କ ନେତୃତ୍ୱରେ ଥିବା ପୁଲିସ ଦଳ ସଲିଲକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ପରେ ସେ ସମସ୍ତ ଘଟଣା ପୁଲିସ ନିକଟରେ ସ୍ୱିକାର କରିଥିଲା । ଆଜି ତାକୁ ହତ୍ୟା ଓ ହତ୍ୟା ଉଦ୍ୟମ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।