ପଦ୍ମାବତୀର ସମୀକ୍ଷା ପାଇଁ ଗଠିତ ହେଲା କମିଟି

.

Copy Editor RRM | Published On: Dec 27, 2017 10:07 PM IST |   832

ନୂଆଦିଲ୍ଲୀ : ନିର୍ମାତା ଓ ନିର୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମାବତୀ’ର ସମୀକ୍ଷା ଲାଗି ରାଜବଂଶର ସଦସ୍ୟ ଏବଂ ବିଶିଷ୍ଟ ଐତିହାସିକମାନଙ୍କୁ ନେଇ ୬ ଜଣିଆ କମିଟି ଗଠନ କରାଯାଇଛି । କେନ୍ଦ୍ରୀୟ ଚଳଚ୍ଚିତ୍ର ସ୍ୱୀକୃତି ବୋର୍ଡ ପକ୍ଷରୁ ଏହି କମିଟିକୁ ନିଯୁକ୍ତ କରାଯାଇଛି । ତେବେ ଚଳଚ୍ଚିତ୍ରଟି ସାମୟିକ ଭାବେ ଇତିହାସ ଉପରେ ଆଧାରିତ ହୋଇଥିବାରୁ ଏହାର କିଛି ଅଂଶ କାଣ୍ଟଛାଣ୍ଟ କରାଯାଇପାରେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି । ଚଳଚ୍ଚିତ୍ରଟି କାଳ୍ପନିକ ଅଥବା ଇତିହାସ ଉପରେ ଆଧାରିତ ତାହା ଭଂଶାଲୀ ତାଙ୍କ ଆବେଦନରେ ଉଲ୍ଲେଖ କରି ନ ଥିବାରୁ ସେନ୍‌ସର ବୋର୍ଡ ତାହାକୁ ବିଚାରକୁ ନ ନେଇ ଫେରାଇ ଦେଇଥିଲା । ୧୯୦ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନ ହେବା ପରେ ଏହାକୁ ରାଜସ୍ଥାନରେ କର୍ଣ୍ଣିସେନା ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଚଳଚ୍ଚିତ୍ରଟିରେ ଇତିହାସକୁ ଧ୍ୱଂସ କରାଯାଇଛି ବୋଲି କର୍ଣ୍ଣିସେନା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା । କ୍ରମେ ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ରଟିକୁ ବିରୋଧ କରାଯାଇଥିଲା ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।