ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୟରାମ

ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୟରାମ ଠାକୁର

Copy Editor RKD | Published On: Dec 27, 2017 12:36 PM IST | Updated On: Dec 27, 2017 12:36 PM IST |   753

ସିମଲା : ହିମାଳଚ ପ୍ରଦେଶର ଚତୁର୍ଦଶ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଜୟରାମ ଠାକୁର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟାପଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ପଦ ଏବଂ ଗୋପନୀୟତା ଶପଥ ପାଠ କରାଇଛନ୍ତି । ସିମଲା ରିଜ୍‌ ପଡ଼ିଆରେ ଆୟୋଜିତ ଏହି ଶପଥପାଠ ଉତ୍ସବରେ ଠାକୁରଙ୍କ ସମେତ ୧୦ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ମନ୍ତ୍ରୀ ସଂସ୍କୃତରେ ଶପଥ ପାଠ କରିଥିଲେ । କ୍ୟାବିନେଟ ମନ୍ତ୍ରୀ ଭାବେ ଠାକୁରଙ୍କ ସହ ମହେନ୍ଦ୍ର ସିଂହ, ସୁରେଶ ଭରଦ୍ୱାଜ, ଅନିଲ ଶର୍ମା, ସାରଭିନ ଚୌଧୁରୀ, ରାମଲାଲ ମାରକଣ୍ଡ, ବିପିନ ସିଂହ ପାରମାର, ବୀରେନ୍ଦ୍ର କନୱାର, ବିକ୍ରମ ସିଂହ, ଗୋବିନ୍ଦ ସିଂହ ଏବଂ ରାଜୀବ ଶାଜାଲ ଶପଥ ଗ୍ରହଣ କରିଛନ୍ତି । ଗୁଜୁରାଟ ପରି ଏହି ଶପଥ ଗ୍ରହଣ ସମାରୋହରେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିଥିଲା । ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହୋଇଥିଲା । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଏବଂ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ସଦ୍ୟ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୬୮ ଆସନରୁ ୪୪ ଆସନରେ ବିଜୟଲାଭ କରି ବହୁମତ ସହ ସରକାର ଗଠନ କରିଛି । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୂମାଲ ନିଜ ଆସନରେ ହାରିଯିବାରୁ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଛି । ଧୂମାଲଙ୍କ ପରାଜୟ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନାଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଶୁଣିବାକୁ ମିଳିଥିଲା । ମାତ୍ର ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ପଦ ପାଇଁ ଠାକୁରଙ୍କ ନାମ ଘୋଷଣା କରାଯାଇଥିଲା ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।