ମାଓବାଦୀଙ୍କ ଆତ୍ମସମର୍ପଣ, ୨ ସହଯୋଗୀ ଗିରଫ

ମାଓବାଦୀଙ୍କ ଆତ୍ମସମର୍ପଣ, ୨ ସହଯୋଗୀ ଗିରଫ

Copy Editor AH | Published On: Dec 27, 2017 12:34 AM IST |   85


ମାଲକାନଗିରି  : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲା ବାନ୍ଧେଠାରେ ମାଓବାଦୀ ଦେବସିଂ ପଡା ଓରଫ ହିଡିମା ଆତ୍ମ ସମର୍ପଣ କରିଛନ୍ତି। ତାଙ୍କ ନାମରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ବାନ୍ଧେସ୍ଥିତ ୧୨୧ବାଟାଲିୟନ ବିଏସଏଫ କ୍ୟାମ୍ପରେ କମାଣ୍ଡର ମହେନ୍ଦ୍ରଲାଲ ଓ ପୁଲିସ ଅଧୀକ୍ଷକ କହ୍ନେୟାଲାଲ ଧ୍ରୁବଙ୍କ ନିକଟରେ ଦେବସିଂ ପହଞ୍ଚି ଥିଲେ। ସେ ତନତାନା ସରଫାର ଦଳମର ଅଧ୍ୟକ୍ଷ ଭାବେ ଆଲଦଣ୍ଡ ଅଞ୍ଚଳରେ କାମ କରୁଥିଲେ। ମାଓ ହିଂସା, ଶୋଷଣ ଓ ଅତ୍ୟାଚାରରେ ଅତିଷ୍ଠ ହୋଇ ସମାଜର ମୁଖ୍ୟସ୍ରୋତରେ  ସାମିଲ ହେବା ଲକ୍ଷ୍ୟ ନେଇ ଆତ୍ମସମର୍ପଣ କରିଥିବା ଦେବସିଂ କହିଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ, ଛତିଶଗଡ଼ ରାଜ୍ୟ ବିଜାପୁର ଜିଲା ବାସାଗୁଡ଼ା ଥାନା ତରେମ ଜଙ୍ଗଲରୁ ସିଆରପିଏଫ ଯବାନ ଓ ଜିଲା ପୁଲିସ ଦୁଇ ଜଣ ମାଓ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଦୁଇ ମାଓ ସମର୍ଥକ ହେଲେ ସୋମଲୁ ଓ ମଙ୍ଗଳୁ। ଉଭୟ ଆରପିସି ସଚିବ କୋରାଷାଗୁଡ଼ା ପଦରେ ରହି ରାୟଗୁଡ଼ମ ଓ କେରଲା ପାଲ ଏନକାଉଣ୍ଟରରେ ସାମିଲ ଥିଲେ। ମଙ୍ଗଳୁ ମାଓ ନେତା ପାପାରାଓ ସହ କାମ କରି ବର୍ତ୍ତମାନ ମିଲିସିଆ ସଦସ୍ୟ ଭାବେ କାମ କରୁଥିଲେ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।