କୃଷ୍ଣ,ବଳରାମଙ୍କ ବାଲ୍ୟଲୀଳା ; ପୁତନା ଓ ଅଷ୍ଟମଲ୍ଲ ନିହତ

ବରଗଡ଼ ଧନୁଯାତ୍ରା

Copy Editor AH | Published On: Dec 27, 2017 12:20 AM IST | Updated On: Dec 27, 2017 12:39 AM IST |   103


ମଥୁରାନଗରୀ/ଗୋପପୁର : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚତୁର୍ଥ ସଂଧ୍ୟାରେ ଗୋପପୁର ମଙ୍ଗଳବାର ଘଟଣାବହୁଳ ରହିଥିଲା। ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାରେ ଗୋପପୁର ଉତ୍ସବମୁଖର ହୋଇ ପଡିଥିଲା। ଗୋପୀ ଗୋପାଙ୍ଗନାମାନେ ନବଜାତକ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ନନ୍ଦଭବନରେ ଜମା ହୋଇଥିଲେ। ଅପରପକ୍ଷରେ ଦୈବବାଣୀ ପରେ ଆସନ୍ନ ମୃତ୍ୟୁ ନେଇ ଆତଙ୍କିତ ହୋଇ ପଡିଥିବା କଂସର ନିର୍ଦେଶ ପାଇ ରାକ୍ଷସୀ ପୁତନା ଗୋପପୁରକୁ ଆସି ବିଭିନ୍ନ ଶିଶୁଙ୍କୁ ନିଜର ବିଷାକ୍ତ କ୍ଷୀର ପିଆଇ ହତ୍ୟା କରିଛି। ତେବେ ଭଗବାନ ଶ୍ରୀକୃଷ୍ଣ ପୁତୁନାଠାରୁ କ୍ଷୀର ପିଇବା ସହ ତାର ପ୍ରାଣକୁ ଶୋଷି ନେଇଥିଲେ। ଫଳରେ ପ୍ରାଣ ବିକଳରେ ବିକଟାଳ ଆର୍ତ୍ତଚିତ୍କାର କରି ପୁୁତୁନା ନିଜର ପ୍ରକୃତ ରୂପ ଧାରଣ କରିବା ସହ ପ୍ରାଣ ତ୍ୟାଗ କରିଥିଲା। ଏହା ସହ ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ଅଷ୍ଟମଲ୍ଲଙ୍କୁ ମଧ୍ୟ ବାଳକ ଶ୍ରୀକୃଷ୍ଣ ହତ୍ୟା କରିଥିଲେ।


ବିଜୁଳି କନ୍ୟାର ଶୂନ୍ୟବାଣୀ ପରେ ଆସନ୍ନ ମୃତ୍ୟୁକୁ ନେଇ କଂସ ଆତଙ୍କିତ ହୋଇ ପଡୁଥିବା ସ୍ପଷ୍ଟ ଅନୁଭୂତ ହୋଇଥିଲା। ବାରମ୍ବାର କର୍ଣ୍ଣ ପଟଳରେ ତାଙ୍କର ଗୁଞ୍ଜରିତ ହେଉଥିଲା ବିଜୁଳି କନ୍ୟାର ଶୂନ୍ୟବାଣୀ ‘ତୋତେ ମାରିବ ଯିଏ ଗୋପେ ବଢ଼ୁଛି ସିଏ...’। ଏଣୁ ଗୋପପୁରର ନନ୍ଦ ରାଜା ଘରେ ବଢ଼ୁଥିବା ବେନିଭାଇ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସ ମନ୍ତ୍ରୀ ପାରିଷଦବର୍ଗଙ୍କ ସହିତ ମନ୍ତ୍ରଣା ଆରମ୍ଭ କରିଛନ୍ତି। କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ପୁତୁନା ରାକ୍ଷସୀ ସମେତ ଷଡମଲ୍ଲଙ୍କୁ ଗୋପକୁ ପ୍ରେରଣ କରିଛନ୍ତି ମହାରାଜା କଂସ । ମଙ୍ଗଲବାର ଅପରାହ୍ଣରେ ମହାରାଜା କଂସ ନଗର ଭ୍ରମଣରେ ବାହାରି ସେଲ ଟ୍ୟାକ୍ସ କଲୋନୀସ୍ଥିତ ମୁକ୍ତେଶ୍ୱର ଶିବ ମନ୍ଦିରକୁ ଯାଇ ଭଗବାନ ଶିବଙ୍କ ଦର୍ଶନ କରିଛନ୍ତି । ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜପୁରୋହିତଙ୍କ ମନ୍ତ୍ର ଉଚ୍ଚାଚରଣ ସହିତ ରୁଦ୍ରାଭିଷେକ ପୂଜା କରି ନିଷ୍କଣ୍ଟକ ଜୀବନ ପାଇଁ ଶିବଙ୍କ ସମ୍ମୁଖରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଛନ୍ତି। ସେହିପରି ସଂଧ୍ୟାରେ ନିଜ ପାରିଧି ସାରି ରାଜ ଦରବାରକୁ ଫେରୁଥିବା ବେଳେ ଦିଗବିଜୟ ପାଇଁ ଆସୁଥିବା ବାଣାସୁର ସହିତ କଂସଙ୍କ ଭେଟ ହୋଇଛି । ସେଠାରେ ଉଭୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିବାବେଳେ ଯୁଦ୍ଧରେ ବାଣାସୁରଙ୍କୁ ପରାସ୍ତ କରିଛନ୍ତି କଂସାସୁର। ଅପରପକ୍ଷେ କଂସର ନିର୍ଦେଶରେ ଆସିଥିବା ପୁତନା ରାକ୍ଷସୀ ଏକ ସୁନ୍ଦରୀ ନାରୀ ବେଶ ଧରି ନନ୍ଦଭବନକୁ ପ୍ରବେଶ କରିଛି । ମାୟା ବଳରେ ସେ ଅନ୍ୟମାନଙ୍କୁ ବିମୋହିତ କରି ନବଜାତକ ଶିଶୁକୁ କ୍ଷୀରପାନ କରାଇବା ପାଇଁ ନେହୁରା ହୋଇଛି। ମାତା ଯଶୋଦା ଅନୁମତି ଦେବାରୁ ନିଜର ସ୍ତନଯୁଗଳରେ ବିଷ ଭର୍ତ୍ତି କରି ଆସିଥିବା ପୁତନା କୃଷ୍ଣଙ୍କୁ ବିଷପାନ କରାଇ ହତ୍ୟା କରିବା କାର୍ଯ୍ୟ ଆରମ୍ଭ କରିଛି। ମାତ୍ର ଭଗବାନ ଶ୍ରୀକୃଷ୍ଣ ପୁତୁନାର କ୍ଷୀର ପିଇବା ସହ ତାର ପ୍ରାଣକୁ ଶୋଷି ନେଇଥିଲେ। ଫଳରେ ପ୍ରାଣ ବିକଳରେ ବିକଟାଳ ଆର୍ତ୍ତ ଚିତ୍କାର କରି ପୁୁତନା ନିଜର ପ୍ରକୃତ ରୂପ ଧାରଣ କରିବା ସହିତ ପ୍ରାଣ ତ୍ୟାଗ କରିଛି। ସେହିପରି କଂସଙ୍କ ନିର୍ଦେଶରେ କୃଷ୍ଣବଳରାମଙ୍କୁ ହତ୍ୟା କରିବା ପାଇଁ ଆସିଥିବା ବକାସୁର, ଶକଟାସୁର, ତୃଣା, ଧେନୁ, ଷଣ୍ଡାସୁର ଆଦିଙ୍କୁ କୃଷ୍ଣ ବଳରାମ ବେନି ଭାଇ ଗୋଟି ଗୋଟି କରି ବଧ କରିଛନ୍ତି। ଗୋପପୁରରେ ପୁତନାଙ୍କ ସହ ଅଷ୍ଟମଲ୍ଲଙ୍କ ପ୍ରବେଶ ଫଳରେ ନନ୍ଦ ଯଶୋଦା ଚିନ୍ତିତ ହୋଇ ପଡିଥିବା ଜଣାପଡିଛି।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।