ଗୁଜରାଟ: ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୮ କୋଟିପତି

ଗୁଜରାଟ: ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୮ କୋଟିପତି

Copy Editor RKD | Published On: Dec 26, 2017 09:13 PM IST |   944

ନୂଆଦିଲ୍ଲୀ/ଗାନ୍ଧିନଗର: ମଙ୍ଗଳବାର ଗୁଜରାଟରେ ଶପଥ ନେଇଥିବା ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୮ ଜଣ କୋଟିପତି ବୋଲି ଜଣାପଡିଛି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦାଖଲ ସତ୍ୟପାଠ ତଥ୍ୟ ଆଧାରରୁ ଏହା ଜାଣିବାକୁ ମିଳିଛି । ଏଡିଆର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୋତାଦ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ସୌରଭ ଯଶୋବନ୍ତଭାଇ ପଟେଲ ସବୁଠାରୁ ଅଧିକ ଧନୀ । ତାଙ୍କ ସମ୍ପତିର ମୂଲ୍ୟ ୧୨୩.୭୮ କୋଟି ଟଙ୍କା । ସେହିପରି ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ନାମରେ ଅପରାଧୀକ ମାମଲା ରହିଛି । ଅର୍ଥାତ ୧୫% ମନ୍ତ୍ରୀ ଅପରାଧୀକ ପୃଷ୍ଠଭୂମିରୁ ଆସିଛନ୍ତି । ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୮ ଜଣ କୋଟିପତି, ଅର୍ଥାତ ୯୦% ମନ୍ତ୍ରୀଙ୍କ ସମ୍ପତ୍ତି ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ । ମନ୍ତ୍ରୀ ବଚୁଭାଇ ମଗନଭାଇ ଖବାଡଙ୍କ ସମ୍ପତି ୩୫. ୪୫ ଲକ୍ଷ ଟଙ୍କା ହେଉଛି ସବୁଠୁ କମ । ଏହାବାଦ ବି ୨୦ ମନ୍ତ୍ରୀଙ୍କ ସମ୍ପତିର ହାରାହାରି ମୂଲ୍ୟ ୧୩.୩୪ କୋଟି ଟଙ୍କା । ସୌରଭ ପଟେଲଙ୍କ ପରେ ପୁରୁଷୋତ୍ତମ ସୋଲଙ୍କ ସମ୍ପତି ମୂଲ୍ୟ ୪୫ କୋଟି, ଜୟେଶ ରାଦାଦିଆଙ୍କ ସମ୍ପତି ମୂଲ୍ୟ ୨୮ କୋଟି ଟଙ୍କା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ୯ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ । ୧୦ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ । ଜଣେ ମନ୍ତ୍ରୀ ଇଲେକ୍ଟ୍ରକାଲ ଇଂଜିନିୟରିଂରେ ଡିପ୍ଲୋମା କରିଛନ୍ତି । ୩ ଜଣ ମନ୍ତ୍ରୀଙ୍କ ବୟସ ୩୧ରୁ ୫୦ ବର୍ଷ ମଧ୍ୟରେ ହୋଇଥିବାବେଳେ ବାକି ୧୭ ମନ୍ତ୍ରୀଙ୍କ ବୟସ ୫୧ରୁ ୭୦ ବର୍ଷ ମଧ୍ୟରେ ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।