ସୁନ୍ଦରଗଡ଼ରେ ମାଆ ଓ ଝିଅଙ୍କୁ ହତ୍ୟା ଅଭିଯୋଗ, ୪ ବର୍ଷର ପୁଅ ଗୁରୁତର

.

Published On: Dec 26, 2017 05:40 PM IST | Updated On: Dec 26, 2017 07:39 PM IST |   351

ସୁନ୍ଦରଗଡ଼ (ଅଫିସ): ଗତ କିଛି ଦିନ ହେବ ଖଣି ଅଞ୍ଚଳ ହେମଗିର ଓ ଆଖପାଖ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟଣା ଘଟିବାରେ ଲାଗିଛି। ଏହି ସବୁ ଘଟଣା ଲୋକଙ୍କୁ ଆତଙ୍କିତ କରି ପକାଇଥିବା ବେଳେ ଗତରାତିରେ ପୁଣି ଏକ ଲୋମହର୍ଷଣକାରୀ ହତ୍ୟା ଘଟଣା ସମଗ୍ର ଖଣି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି  । କୁଲଡ଼ା ଖଣିରେ ଜେସିପି ଚାଳକ ଭାବେ କାର୍ଯ୍ୟ କରୁଥିବା କୁତ୍ରା କହପାଣି ଅଞ୍ଚଳର ପେଟ୍ରିକ ମିଞ୍ଜ(୩୬) ନିଜ ପତ୍ନୀ ନଦିଆ ମିଞ୍ଜ(୨୮), ଝିଅ ସ୍ମୃତି ମିଞ୍ଜ(୬) ଓ ପୁଅ ସୁରତ ମିଞ୍ଜ (୨) ଗତ ୬ ମାସ ହେବ ହେମଗିର ଥାନା ଅର୍ନ୍ତଗତ ଟିକିଲିପଡ଼ାର ମସିନାଢ଼ିପାରେ ବସବାସ କରି ଆସୁଥିଲେ  ।

ଗତ ୨୫ ତାରିଖ ଦିନ ଚାଳକ ପେଟ୍ରିକ ନିଜ କାର୍ଯ୍ୟକ୍ଷେତ୍ରକୁ ଚାଲିଯାଇଥିଲା  । ଗତକାଲି ବଡ଼ଦିନ ଥିବାରୁ ପେଟ୍ରିକ ଘର ଆଖପାଖ ଅଞ୍ଚଳର ଲୋକମାନେ ନାଚଗୀତରେ ମସଗୁଲ ଥିବା ବେଳେ କେହି ଦୁବୁର୍ତ୍ତ ଏକୁଟିଆର ସୁଯୋଗ ନେଇ ପ୍ରଥମେ କବାଟ ବାଢ଼େଇଥିବାର ପୁଲିସ ଆଶଙ୍କା କରୁଛି  । ପେଟ୍ରିକ ଙ୍କ ପତ୍ନୀ ନଦିଆ ଘରୁ ବାହାରିବା ପରେ ଦୁବୁର୍ତ୍ତ ଜଣଙ୍କ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ବେଳେ ପରବର୍ତ୍ତୀ ସମୟରେ ଘର ଭିତର ଖଟ ଉପରେ ଶୋଇଥିବା ୬ବର୍ଷର ଝିଅ ସ୍ମୃତିର ମଧ୍ୟ ତଣ୍ଟି ଚିପି ହତ୍ୟା କରି ଦେଇଥିଲା  । ସମ୍ଭବତଃ ପୁଅଟି ୨ବର୍ଷର ଥିବା ବେଳେ ସେ ସ୍ପଷ୍ଟ କଥା କହୁନଥିବା କାରଣରୁ ତାକୁ ଦୁବୁର୍ତ୍ତ ଜଣକ ସାମାନ୍ୟ ଆହତ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ସନ୍ଦେହ କରାଯାଉଛି  । ୨୬ ତାରିଖ  ସାରି ପେଟ୍ରିକ ଘରେ ପହଞ୍ଚି ଖୋଲା କବାଟ ଓ ବିଛଣା ଉପରେ ପତ୍ନୀ ଓ ଝିଅର ଶବ, ୨ବର୍ଷର ପୁଅ ସୁରତ କାନ୍ଦୁଥିବାର  ଦେଖିଥିଲେ । ହେମଗିର ଥାନାକୁ ଏ ବିଷୟରେ ସୂଚନା ଦିଆଯାଇଥିଲା ।  ସୁନ୍ଦରଗଡ଼ ଏସ.ପି ପିନାକ ମିଶ୍ର, ଅତିରିକ୍ତ ଏସ.ପି ରବିନାରାୟଣ ବାରିକ, ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି, ଭଷ୍ମା ଥାନା ଅଧିକାରୀ ଅନିଲ ପରିଡ଼ା, ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରି ଛନ୍ତି । ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ପୁଲିସ ତଦନ୍ତ ଚଳାଇଛି   

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।