ଝାଡୁକୁ ନେଇ ମାନନ୍ତୁ ଏହି ୧୦ଟି ନିୟମ, ନହେଲେ ଅଯଥାରେ ଭୋଗି ପାରନ୍ତି ଦୁର୍ଦ୍ଦଶା

.

Published On: Dec 26, 2017 05:07 PM IST | Updated On: Dec 28, 2017 11:52 AM IST |   7269

୧. ଝାଡୁକୁ ମାଲକ୍ଷ୍ମୀଙ୍କ ରୂପ ବୋଲି ଗ୍ରହଣ କରାଯାଏ । ତେଣୁ ଝାଡୁକୁ ଖୋଲା ଜାଗାରେ ରଖନ୍ତୁ ନାହିଁ । ଯଦି ସମ୍ଭବ ଘରର ପଶ୍ଚିମ କୋଣରେ ରଖନ୍ତୁ ବା ଲୁଚାଇ ରଖନ୍ତୁ ।

୨. ରୋଷେଇ ଘ​‌ରେ ଝାଡୁ ରଖନ୍ତୁ ନାହିଁ । ଏହା ଦ୍ବାରା ପରିବାରର ସଦସ୍ୟଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କ୍ଷତି ହୋଇ ପାରେ ।

୩. କୁହାଯାଏ ରାତିରେ ଘର ଦୁଆର ମୁହଁରେ ଝାଡୁ ରଖିଲେ, ଘର ମଧ୍ୟକୁ ନକାରତ୍ମକ ଶକ୍ତି ପ୍ରବେଶ କରେ ନାହିଁ । କିନ୍ତୁ ଧ୍ୟାନ ଦେବେ ଏହା ରାତିରେ କରିବେ, ଦିନରେ ଭୁଲରେ ବି କରିବେ ନାହିଁ ।

୪. ଶନିବାର ଦିନ ଭୁଲରେ ଝାଡୁ ଘରକୁ ଆଣନ୍ତୁ ନାହିଁ ।

୫. ସୂର୍ଯ୍ୟ ଉଦୟ ପରେ ଘର ଝାଡୁ କରନ୍ତୁ ନାହିଁ । ଏପରି କରିବା ଅଶୁଭ ଅଟେ ।

୬. ଝାଡୁକୁ ଭୁଲରେ ବି ଗୋଡରେ ମାରନ୍ତୁ ନାହିଁ । ଏପରି କରିବା ଦ୍ବାରା ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ।

୭. ପଶୁକୁ ବା ପିଲାକୁ ଝାଡୁରେ ମାରନ୍ତୁ ନାହିଁ। ଏହା ଦ୍ବାରା ଘରେ ଅଶାନ୍ତି ବଢେ ।

୮. ପରିବାର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛନ୍ତି, ତେବେ ସେହି ସମୟରେ ଝାଡୁ କରନ୍ତୁ ନାହିଁ । ଏପରି କରିବା ଦ୍ବାରା କାର୍ଯ୍ୟରେ ବାଧା ଉପୁଜି ଥାଏ ।

୯. ଝାଡୁକୁ କେବେ ଠିଆ କରି ରଖନ୍ତୁ ନାହିଁ । ଏପରି କରିବା ଦ୍ବାରା ଶତ୍ରୁତା ବଢିଥାଏ ।

୧୦. ନୂଆ ଘରକୁ ଗଲେ ନୂଆ ଝାଡୁ ନିଅନ୍ତୁ । ପୁରୁଣ ଘରର ଝାଡୁକୁ ସାଙ୍ଗରେ ନେଇ ଯିବାର ଅର୍ଥ ପୁରୁଣା ଘରର ଅଶୁଭ ଶକ୍ତି ନୂଆ ଘରକୁ ଆଣୁଛନ୍ତି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।