ରାତିରେ ଶୋଇବା ପୂର୍ବରୁ ତ୍ଵଚାରେ ପ୍ରୟୋଗ କରନ୍ତୁ ଏହି ଉପାୟ, ସକାଳେ ଦେଖିବେ ମେଜିକ୍

.

Published On: Dec 26, 2017 04:27 PM IST |   9559

ରାତିରେ ବେଡକୁ ଯିବା ପୂର୍ବରୁ ଏକ ପାତ୍ରରେ ଉଷୁମ ପାଣି ନେଇ ଏକ ଟାୱେଲକୁ ବୁଡାଇ ଚିପୁଡି ଦିଅନ୍ତୁ। ଏହି ଉଷୁମ ଟାୱେଲ ସାହାର୍ଯ୍ୟରେ ନିଜ ମୁହଁ ଏବଂ ବେଗକୁ ଭଲ ଭାବରେ ପୋଛି ଦିଅନ୍ତୁ । ଏହା ଷ୍ଟ୍ରିମ୍ ଭଳି କାମ କରେ ।

ପରେ ଏକ ଚାମଚ ଗ୍ଲିସୋରିନ ନେଇ ସେଥିରେ ୨-୩ ବୁନ୍ଦା ପାଣି ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ଚେହେରାରେ ଭଲ ଭାବରେ ମସାଜ କରି ଲଗାଇ ଦିଅନ୍ତୁ।

୧୦ ମିନିଟ ପରେ ତୁଳାକୁ ଓଦା କରି ମୁହଁ ଓ ବେକ ଭଲ ଭାବରେ ପୋଛି  ବା ଆପଣ ଚାହିଁଲେ ଧୋଇ ହୋଇ ପାରିବେ । ଏହା ଦ୍ବାରା ମୁହଁରେ ଜମି ରହିଥିବା ଧୂଳି ବାହାରି ଯିବ ।

ତା’ପରେ ଆପଣଙ୍କ ମନ ପସନ୍ଦ ଟୋନର ନେଇ ମୁହଁରେ ଲଗାଇ ଦେବେ । ଟୋନର ଅଧିକ ପରିମାଣରେ ଲାଗାଇବେ ଭଲ, ନହେଲେ ଯଦି ଆପଣ ଟୋନର ସ୍ପ୍ରେ କରୁଛନ୍ତି ତେବେ ୫ରୁ ୭ ଥର ସ୍ପ୍ରେ କରି ହାତରେ ହାଲୁକା ମସାଜ କରିବେ ।

ଆପଣ ଚାହିଁଲେ ଟୋନର ଉପରେ ନାଇଟ୍ କ୍ରିମ ବ୍ୟବହାର କରି ପାରିବେ, ନହେଲେ ଏମିତି ହିଁ ଶୋଇଯିବେ । ସକାଳେ ଦେଖିବେ ଆପଣଙ୍କ ସ୍କିନ୍ କିପରି ଗ୍ଲୋ କରୁଛି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।