ବରଗଡରେ ଆତ୍ମହତ୍ୟା କଲେ ଆଉ ଜଣେ ଚାଷୀ

.

Published On: Dec 26, 2017 01:35 PM IST |   87

ବରଗଡ଼: ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା ଗାଁର  ଚାଷୀ ଗୋବିନ୍ଦ ଆଚାର୍ୟ୍ୟ(୫୫) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ଗତ ରାତିରେ ନିଜ ଘରପଛ ପଟେ କୀଟନାଶକ ପିଇଥିଲେ। ପ୍ରଥମେ ବରଗଡ଼ ଡାକ୍ତରଖାନାରେ ଓ ପରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ତାଙ୍କର ମୃତ୍ୟୁ ଘଟିଛି। ସେ ସାଢେ ଛଅ ଏକର ଜମିରେ ଧାନଚାଷ କରିଥିବା ବେଳେ ଚକଡ଼ା ପୋକ ଯୋଗୁଁ ମାତ୍ର ୨୫ ବସ୍ତା  ଧାନ ଅମଳ ହୋଇଥିବାରୁ ସେ ଚିନ୍ତାରେ ଥିଲେ । । ଚାଷ ପାଇଁ ଗୋବିନ୍ଦ ଦେଢଲକ୍ଷ ଟଙ୍କା ଋଣ କରିଥିଲେ ବୋଲି କହିଛନ୍ତି ମୃତ ଚାଷୀଙ୍କ ପୁଅ ଟୁନା ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।