ଓଡ଼ିଶାକୁ ୧ ନମ୍ବର ରାଜ୍ୟ ବନେଇବାର ସଂକଳ୍ପ ନେଲା ବିଜେଡି

୨୦୧୯ରେ ସଫଳତା ପାଇଁ ସାଧାରଣ ଜୀବନଯାପନ ସହ ଲୋକଙ୍କ ପାଇଁ  କାମକରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Published On: Dec 26, 2017 01:34 PM IST | Updated On: Dec 26, 2017 01:37 PM IST |   1261

ପୁରୀ: ପୁରୀରେ ବଜେଡି ପକ୍ଷରୁ ୨୦ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ।  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଉଦ୍‌ବୋଧନ ଦେଇଦଳର ନେତା ଓ କର୍ମୀଙ୍କୁ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଦୃଢ ସଂଙ୍କଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି । ବିଶ୍ୱ ଇତିହାସରେ ଓଡ଼ିଶାକୁ ଆହୁରି ଉଚ୍ଚା ସ୍ଥାନ ଦେବା ପାଇଁ  କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି  । ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ନିଜର ଭାଷଣ ଆରମ୍ଭ କରିଥିଲେ । ବିଜୁ ବାବୁଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ବିଜୁବାବୁଙ୍କର ଦରଦୀ ମନୋଭାବ ଥିଲା। ସେ ଗରିବଙ୍କର ବନ୍ଧୁ ଥିଲେ। କେହି ତାଙ୍କ ନିକଟରୁ ଖାଲି ହାତରେ ଫେରୁ ନ ଥିଲେ। ବିଜୁ ପରିବାରର ସଭ୍ୟ ଭାବେ ସ  ଲୋକଙ୍କ ସେବା ପାଇଁ  ସମର୍ପିତ ବୋଲି କହିଛନ୍ତି  ।  ତାଙ୍କ ଯେଉଁ ସ୍ନେହ ସମ୍ମାନ ମିଳିଛି ତାହା ଓଡ଼ିଶାବାସୀଙ୍କ ଯୋଗୁଁ ମିଳିଛି । ଓଡ଼ିଶାବାସୀଙ୍କୁ ସେ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି । ତାଙ୍କରି ଆଦର ଓ ଭଲ ପାଇବା ଯୋଗୁଁ ବିଜେଡି  ଏତେ ବର୍ଷ ଧରି ଶାସନରେ ଥିବା କଥା କହିଛନ୍ତି । ଏହି ଅମୂଲ୍ୟ ପ୍ରତିଦାନର ବଦଳରେ ଓଡିଶାବାସୀଙ୍କ ପାଇଁ କାମ କରିବା ପାଇଁ ସମସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।ଓଡିଶା ବାସୀ ମୋ ପରିବାର , ମାଆ ମାଟି ମଣିଷ ପାଇଁ କାମ କରନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

ସାଧାରଣ ଭାବେ ଜୀବନ ଯାପନ କରି ସେବା ମନବୃତ୍ତି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମକର୍ତ୍ତାଙ୍କୁ ନିର୍ଦେଶ ଦେଇଛନ୍ତି ।   ‘ସିମ୍ପଲ ଲିଭିଙ୍କ ହାଇ ଥିଙ୍କିଙ୍ଗ’ ସାଧାରଣ ଭାବେ ଜୀବନ ଯାପନ ଉଚ୍ଚ ଚିନ୍ତାଧାରା ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରେର ପୂର୍ବତନ  ରାଷ୍ଟ୍ରପତି ଡକ୍ଟର ଏପିଜେ ଆବୁଲ କାଲାମଙ୍କର ବକ୍ତବ୍ୟକୁ ଉପସ୍ଥାପିତ କରିଥିଲେ।

ଦଳୀୟ କର୍ମକର୍ତ୍ତାଙ୍କୁ ଲୋକଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହେବା ପାଇଁ କହିଛନ୍ତି । ଲୋକମାନ ହିଁ ଶକ୍ତି ସେବା କରି ଲୋକଙ୍କ ହୃଦୟ ଜିତନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ୨୦୧୯ ଉଦ୍ୟେଶରେ ଲୋକ ସେବା ହିଁ ଦଳକୁ ସଫଳତା ଦେଇପାରିବ ବୋଲ ମୁଖ୍ୟମନ୍ତ୍ରୀଙ୍କ ଭାଷଣକରୁ ସ୍ଫଷ୍ଟ ପ୍ରମାଣିତ ହେଉଛି । ସେହିପରି ନିଜ ଦଳର ସାସଂସଦ ଓ ବିଧାୟକ ଭଲ କାମ କରିଥିବା ଶୁଣିବାକୁ ପାଇଲେ ତାଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି । ଓଡିଆ ଭାବେ ସେ ଗର୍ବିତ ଓ ସେବା ପାଇଁ ସମର୍ପିତ କହିବା ସହ ନୂଆ ବର୍ଷ ଉଦ୍ୟେଶରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇ ବନ୍ଦେ ଉତ୍କଳ ଜନନୀ କହି ନିଜର ବକ୍ତବ୍ୟ ଶେଷ କରିଥିଲେ।

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।