ଓଜନ ବଢ଼ାଉଛି ଚାକିରି, ଆଶ୍ଚର୍ଯ୍ୟ ଲାଗିଲେ ବି ପ୍ରମାଣିତ !

.

Published On: Dec 25, 2017 03:40 PM IST |   1125


ବିଶ୍ୱାସ କରିପାରୁନାହାନ୍ତି! କିନ୍ତୁ ନିକଟରେ କରାଯାଇଥିବା ଏକ ଅନୁଧ୍ୟାନ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସିଭି ଲାଇବ୍ରେରୀ ଦ୍ୱାରା କରାଯାଇଥିବା ଏହି ଅନୁଧ୍ୟାନରେ ବ୍ରିଟେନ୍‌ରେ ଏକ ତୃତୀୟାଂଶ କର୍ମଚାରୀ ଜଣାଇଥିଲେ ଯେ ଚାକିରି ଯୋଗୁ ହିଁ ସେମାନଙ୍କର ଅତିରିକ୍ତ ଓଜନ ବୃଦ୍ଧି ହେଉଛି। ତେବେ ପେସାଦାର ବ୍ୟକ୍ତିଙ୍କ ଉପରେ ଏହି ଓଜନ କୌଣସି ପ୍ରକାର ଶାରୀରିକ ପ୍ରଭାବ ପକାଉନାହିଁ। କିନ୍ତୁ ଏପରି ଓଜନ ବଢିବା ସେମାନଙ୍କୁ ଦୁଃଖିତ କରିଥାଏ ବୋଲି ୭୫.୫ ପ୍ରତିଶତ ମତ ଦେଇଛନ୍ତି। ସିଭି ଲାଇବ୍ରେରୀ ବ୍ରିଟେନ୍‌ର ପ୍ରଥମ ନିଯୁକ୍ତି ଭିତ୍ତିକ ୱେବ୍‌ସାଇଟ ମଧ୍ୟରୁ ଅନ୍ୟତମ। ଏହାର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଲି ବିଗିନ୍‌ସଙ୍କ କହିବାନୁସାରେ, କ୍ୟାରିୟରର ସୁପରିଚାଳନା ନିଶାରେ ସୁସ୍ଥ ଜୀବନଶୈଳୀକୁ ଗ୍ରହଣ କରିନପାରିବା ଏହି ସମସ୍ୟାର ପ୍ରମୁଖ କାରଣ। କାରଣ, ସୁସ୍ଥ ଜୀବନଶୈଳୀ ଜିଇବା ଏକ ଗୁରୁତ୍ୱପୂର୍ଣ୍ଣ କାମ। ଚାକିରି କ୍ଷେତ୍ରରେ ୫ଟି କାରଣରୁ ଓଜନ ବଢିଥାଏ। ଦିନସାରା ଡେସ୍କରେ ବସିରହିବା ଏହା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ। ଏହା ଓଜନ ବଢିବାର ମୁଖ୍ୟ କାରଣ। ଏଥିସହିତ ବ୍ୟାୟାମ କରିବା ଲାଗି ସମୟ ବାହାର କରିନପାରିବା, କାମ କରୁଥିବା ସମୟରେ ଖାଇବା, କାର୍ୟ୍ୟଚାପ ଯୋଗୁ ଅନ୍ୟମନସ୍କ ହୋଇ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଗ୍ରହଣ କରିବା, ସହକର୍ମୀମାନେ ଆଣିଥିବା ଅଧିକ କ୍ୟାଲୋରୀର ଖାଦ୍ୟ ଖାଇବା ଆଦି ମଧ୍ୟ ଓଜନ ବଢିବାର ଅନ୍ୟତମ କାରଣ। ଏହି ଅନୁଧ୍ୟାନ ପରେ ଅଫିସ୍‌ରେ ବି ସୁସ୍ଥ ଜୀବନଶୈଳୀ ଆପଣାଇବାର ପରାମର୍ଶ ଦିଆଯାଇଛି। କର୍ମଦିବସଗୁଡିକରେ କର୍ମଚାରୀମାନଙ୍କୁ ସୁସ୍ଥ ରଖିବା ଲାଗି କିଛି ସମୟ ଚାଲିବା ତଥା ସାଇକଲ ଚାଳନା କରିବା ବାଧ୍ୟତାମୂଳକ କରାଯିବା ଜରୁରୀ। ଅଧିକ ବ୍ୟୟବହୁଳ ହେଉନଥିବା ସ୍ୱାସ୍ଥ୍ୟକର ସ୍ନାକ୍ସ, ଦଳଗତ ଭାବେ ଦ୍ୱିପ୍ରହର ଖାଦ୍ୟ ଖାଇବା, ଅଫିସ୍‌ରେ ଜିମ୍‌ କରି ରିଆତିରେ ସଦସ୍ୟତା ଦେବା ପରି ବ୍ୟବସ୍ଥା କରାଗଲେ ଅଫିସ୍‌ ନିଜ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବ। 

Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।